ଏହି ମନ୍ଦିରରେ ତେଲ ବା ଘିଅରେ ନୁହେଁ , ପାଣିରେ ଜଳାଯାଏ ଦୀପ

ଭାରତରେ ଥିବା ମନ୍ଦିର ଗୁଡିକର ନିଜର କିଛି ନିଜସ୍ୱ କାହାଣୀ ଅଛି ,ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଏଥିପାଇଁ ଲୋକ ମାନେ ବିଦେଶରୁ ମଧ୍ୟ ଆସି ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଭାରତ ଧାର୍ମିକ ସ୍ଥଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ପାଣିର ପ୍ରୟୋଗ ଦ୍ୱାରା ଦୀପ ଜଳାଯାଉଛି । ନଲଖେଡ଼ାରୁ ପନ୍ଦର କିମି ଦୂର ଗାଁ କାଡ଼ିୟା ନିକଟରେ କାଳୀସିନ୍ଧି ନଦୀ ତଟରେ ଗଡ଼ିୟାଘାଟବାଲୀ ମାତାଜୀଙ୍କ ଏକ ମନ୍ଦିର ଅବସ୍ଥିତ । କୁହାଯାଏ କି ମାତାଙ୍କ କୃପାରୁ ଏଠାରେ ବହୁ ବର୍ଷରୁ ଏକ ଦୀପ ଜଳୁଛି, କିନ୍ତୁ ଘିଅ କିମ୍ବା ତେଲର ପ୍ରୟୋଗରେ ନୁହେଁ । କେବଳ ଜଳ ଉପଯୋଗ ଦ୍ୱାରା ଏହି ଦୀପ ଜଳୁଛି । ଆପଣ ବିଶ୍ୱାସ ନକଲେ ମଧ୍ୟ, ଏହା ସତ୍ୟ । ଏହା ଏହି ଗ୍ରାମର ସତ୍ୟ ଘଟଣା ।

ମନ୍ଦିରର ପୂଜକଙ୍କ ଅନୁସାରେ ଗଡ଼ିୟାଘାଟବାଲୀ ମାତାଜୀଙ୍କ ମନ୍ଦିର ଏକ ପ୍ରାଚୀନ ମନ୍ଦିର  । ଏଠାରେ ପ୍ରଥମେ ଏହି ଦୀପ ଘିଅ ବା ତେଲ ଦ୍ୱାରା ଜଳୁଥିଲା । କିନ୍ତୁ ପ୍ରାୟ ୫ ବର୍ଷ ପୂର୍ବେ ମାଆ ସ୍ୱପ୍ନରେ ଆସି ସେହି ଦୀପରେ ତେଲ ଦେବା ଆବଶ୍ୟକତା ନାହିଁ । ଏଥିରେ ପାଣି ଢାଳିଲେ ଏହା ମଧ୍ୟ ଜଳିବ । ସେବେଠାରୁ ପୂଜକ ଦୀପରେ ପାଣି ଢାଳିଲେ ସେହି ଦୀପ ଜଳୁଛି ।

କୁହାଯାଏ କି ଏହା ଏକ ପ୍ରାଚୀନ ମନ୍ଦିର । ମନ୍ଦିରର ପୂଜକଙ୍କ ଅନୁସାରେ ବହୁ ବର୍ଷ ପୂର୍ବେ ମା’ଙ୍କ ନାମରେ ଏକ ଦୀପ ଜଳାଯାଉଛି । ଏହି ଦୀପରେ ପାଣି ଢାଳିବା ପରେ ସେହି ପାଣି ସାଧାରଣ ପାଣି ଭଳି ରହେ ନାହିଁ । ଲୋକ ଏହି ଘଟଣାକୁ ଚମତ୍କାର ମାନୁଛନ୍ତି । ଏହା ମା’ଙ୍କ କୃପା ବୋଲି କହୁଛନ୍ତି । ଲୋକମାନେ ଏଠାକୁ ଆସନ୍ତି ଏବଂ ଦୀପରେ ପାଣି ଢାଳିକି ଯାଆନ୍ତି ।

ଦୀପ ଏବଂ ପାଣି ଭିତରେ ଥିବା ସଂପର୍କ ବିଷୟରେ ମନ୍ଦିରର ପୂଜକ କହନ୍ତି ଯେ ପ୍ରଥମେ ଏହି ଦୀପ ଘିଅ ବା ତେଲ ଦ୍ୱାରା ଜଳୁଥିଲା । କିନ୍ତୁ ପ୍ରାୟ ୫ ବର୍ଷ ପୂର୍ବେ ମାଆ ସ୍ୱପ୍ନରେ ଆସି ସେହି ଦୀପରେ ତେଲ ଦେବା ଆବଶ୍ୟକତା ନାହିଁ । ଏଥିରେ ପାଣି ଢାଳିଲେ ଏହା ମଧ୍ୟ ଜଳିବ । ସେବେଠାରୁ ପୂଜକ ଦୀପରେ ପାଣି ଢାଳିଲେ ସେହି ଦୀପ ଜଳୁଛି । ବୋଧହୁଏ ଦୀପର ଚାରି ପାଖରେ କିଛି ତୈଳକ ପଦାର୍ଥର୍ ଅଛି ଯାହା ପାଣିକୁ ବଦଳେଇ ଦଉଛି ବୋଲି କେହି କେହି କହନ୍ତି , କିନ୍ତୁ ମନ୍ଦିର କୁ ଆସୁଥିବା ଭକ୍ତ କୌଣସି ବୈଜ୍ଞାନିକ ତଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ ।

ସମ୍ବନ୍ଧିତ ଖବର