ଭୁବନେଶ୍ୱର: ମୁମ୍ବାଇର ତାଜ୍ ଲ୍ୟାଣ୍ଡସ୍ ଏଣ୍ଡ୍ ହୋଟେଲ୍୍ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ଖଣି ନିଗମ (ଓଏମ୍ସି)କୁ ଇଟି ନାଓ ପକ୍ଷରୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି। ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ କଂପାନିକୁ ଏହି ପୁରସ୍କାର ମିଳିଛି। ଶିକ୍ଷାରେ ଉନ୍ନତି ଓ ସହାୟତା ଏବଂ ଖଣି କ୍ଷେତ୍ରରେ ସିଏସ୍ଆର୍ର ଶ୍ରେଷ୍ଠ ବ୍ୟବହାର ଭଳି ଦୁଇଟି ବର୍ଗରେ କଂପାନିକୁ ପୁରସ୍କାର ମିଳିଛି। ଏହି ଅବସରରେ ଓଏମ୍ସିର ପରିଚାଳନା ନିର୍ଦେଶକ ଆର୍ ଭିନିଲକ୍ରିଷ୍ଣାଙ୍କ ପରିଚାଳନା ନେତୃତ୍ୱକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ବିଗତ ପାଞ୍ଚ ବର୍ଷ ଭିତରେ ଓଏମ୍ସି ଏହାର ମୋଟ ଲାଭାଂଶର ୩.୨% ସିଏସ୍ଆର୍ରେ ଖର୍ଚ କରିଛି।