ସମସ୍ତଙ୍କୁ ଭଲଭାବେ ଜଣା ଯେ, ନିୟମିତ ସାଲାଡ଼ ଖାଇଲେ,ବ୍ୟାୟମ କରିଲେ ଏବଂ ଭଲ ନିଦ ଗଲେ ଆମେ ଫିଟ୍ ରହିପାରିବା। ଆଉ କେତେକ ଲୋକ ଫିଟ୍ ରହିବା ପାଇଁ ନିଜର ଓଜନ ହ୍ରାସ କରିବା ପାଇଁ ଚାହାଁନ୍ତି।ଏଥିପାଇଁ କେହି କେହି ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଥା’ନ୍ତି ତ ଆଉ କେତେକ ଜିରା ଜଳ ପାନ କରିଥା’ନ୍ତି।
ଆଉ କେତେକଙ୍କର ଇଛା ସେମାନେ ଜିମ୍ ଯିବେ ନାହିଁ କି ବ୍ୟାୟାମ କରିବେ ନାହିଁ।ଏପରିକି ଖାଇବା ପିଇବାରେ ବି ନିୟନ୍ତ୍ରଣ ରଖିବେ ନାହିଁ।କିନ୍ତୁ ନିଜର ଓଜନ କମ୍ କରିବେ ବୋଲି ଭାବନ୍ତି।ଯେଉଁମାନେ ଏଭଳି ଚିନ୍ତା କରୁଛନ୍ତି,ସେମାନଙ୍କ ପାଇଁ ଏକ ମହୌଷଧି ହେଲା ଜୁଆଣି ଜଳ ପିଇବା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଏକ ଗ୍ଲାସ ଜଳରେ ଏକ ଚାମଚ ଜୁଆଣି ରାତିରେ ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖିବାପରେ ସକାଳେ ତାକୁ ଫୁଟାନ୍ତୁ।ତା’ପରେ ସେହି ଫୁଟାପାଣିକୁ ଛାଣି ପିଅନ୍ତୁ।ଆହୁରି ଏକଥା ବି ମନେ ରଖିବା ଆବଶ୍ୟକ ଯେ,ଜୁଆଣି ଜଳ ପିଇବାର ଘଣ୍ଟାକ ଯାଏଁ କୌଣସି ଖାଦ୍ୟଗ୍ରହଣ କରିବା ଅନୁଚିତ।
ଆପଣ ନିୟମିତ ଭାବେ ୨ ସପ୍ତାହ ଯାଏଁ ଏପରି ଉପାୟରେ ଜୁଆଣି ଜଳ ପିଇଲେ ନିଜର ଓଜନ ୬ କିଲୋଗ୍ରାମ୍ ଯାଏଁ ହ୍ରାସ କରିପାରିବେ। ଖାଲି ସେତିକି ନୁହେଁ,ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ସୁସ୍ଥ ରହିବ।