ବିମାନ ଯାତ୍ରୀଙ୍କ ବ୍ୟାଗ୍ରୁ ବ୍ୟାଗେଜ୍ ହ୍ୟାଣ୍ଡଲର ସ୍ପିକର ଚୋରି କରୁଥିବା ସମୟର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ କିଭଳି ଭାବରେ କରିଥିଲେ ଚୋରି
ନୂଆଦିଲ୍ଲୀ : ଯେତେବେଳେ ଯାତ୍ରୀମାନେ ବିମାନରେ ଯାତ୍ରା କରନ୍ତି । ସେମାନଙ୍କ ଜରୁରୀ ଜିନିଷ ସବୁ ବ୍ୟାଗେଜ୍ ହ୍ୟାଣ୍ଡେଲରର ଦାୟିତ୍ୱରେ ଥାଏ । ଯାତ୍ରୀମାନଙ୍କ ଜରୁରୀ ଜିନିଷକୁ ଠିକ ଭାବରେ ବିମାନ ଯୋଗେ ତାଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବ୍ୟାଗେଜ୍ ହ୍ୟାଣ୍ଡେଲରର ରହିଥାଏ । ଯଦି ଜଗୁଆଳି ହିଁ ଚୋରି କରିବା ଆରମ୍ଭ କରେ ତେବେ ଲୋକେ କାହାକୁ ବିଶ୍ୱାସ କରିବେ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟନେୟର ବିମାନରେ । ଇବିସାରୁ ମାଦ୍ରିଦ୍ ଯାଉଥିବା ଯାତ୍ରୀଙ୍କ ବ୍ୟାଗ୍ରୁ ଜଣେ ବ୍ୟାଗେଜ୍ ହ୍ୟାଣ୍ଡେଲରର ସ୍ପିକର ଚୋରି କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାୟନେୟର ବିମାନ କମ୍ପାନୀ ଉପରେ ଏବେ ଅନେକ ପ୍ରଶ୍ନ ଉଠିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ଗତ ଶୁକ୍ରବାର ଏହି ଘଟଣା ଘଟିଥିଲା । ଜଣେ ନାବାଳକ ନିଜ ମା’ଙ୍କ ସହ ମାଦ୍ରିଦ୍ ଯାତ୍ରା କରୁଥିବା ବେଳେ ନିଜ ବ୍ୟାଗ୍ରେ ସେ ନାଲି ରଙ୍ଗର ଏକ ସ୍ପିକର ରଖି ନେଉଥିଲେ । କିନ୍ତୁ ବ୍ୟାଗେଜ୍ ହ୍ୟାଣ୍ଡଲର ଜଣଙ୍କ ବ୍ୟାଗ୍ରେ ସ୍ପିକର ଥିବା ଜାଣି ବ୍ୟାଗ୍ରୁ ସ୍ପିକର କାଢ଼ି ନିଜ ପକେଟରେ ଭର୍ତ୍ତି କରିଥିଲେ । ଚୋରି କରୁଥିବାର ସଂପୂର୍ଣ୍ଣ ଦୃଶ୍ୟ ଜଣେ ଯାତ୍ରୀ ନିଜ ଫୋନରେ କଏଦ୍ କରିବା ସହ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଏହା ପରେ ଘଟଣା ସାମ୍ନାକୁ ଆସିଥିଲା । ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସ୍ପିକରକୁ ଜବତ କରିଛି । ଅନ୍ୟ ପକ୍ଷରେ ଏହି ଘଟଣା ପାଇଁ ରାୟନେୟର ବିମାନ ପକ୍ଷରୁ ଅଭିଯୁକ୍ତକୁ ବହିଷ୍କାର କରାଯାଇଛି ।