ଭୁବନେଶ୍ବର : ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କାଟି ‘ମୋ ଆବାସ’ କହିବା ପ୍ରସଙ୍ଗକୁ ବିରୋଧ କରି ବିଜେପି ଆଜି ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଦଳ ଅଭିଯୋଗ କରିଛି ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଦଳୀୟ ଆଧାରରେ ବଣ୍ଟନ କରି ଗରିବ ହିତାଧିକାରୀଙ୍କୁ ବଞ୍ଚିତ କରୁଛନ୍ତି। ଏଥିସହିତ ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ବା େମା ଆବାସ ଯୋଜନା ଯୋଜନାରେ ହେଉଛି ବୋଲି କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହାବା ନେଉଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।
ବିଜେପି କହିଛି,ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଛି। ସଂଘୀୟ ବ୍ୟବସ୍ଥାକୁ ଖାତିର୍ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ବିଜେପି କହିଛି।
ଏହି ଘେରାଉ କାର୍ଯ୍ୟକ୍ରମରେ ଭୁବନେଶ୍ବରରେ ଗୋଲକ ମହାପାତ୍ର, କଟକରେ ସମୀର ଦେ, ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ ଓ ବ୍ରହ୍ମପୁର ମହାନଗରରେ ଭୃଗୁ ବକ୍ସିପାତ୍ର , ପୁରୀରେ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ େନତୃତ୍ବରେ ହୋଇଥିଲା। ସେହିଭଳି ଅନୁଗୁଳରେ କାଳନ୍ଦୀ ସାମଲ ଓ ରୁଦ୍ର ପାଣି, ଝାରସୁଗୁଡ଼ାରେ ଟଙ୍କଧର ତ୍ରିପାଠୀ, ବୀରମିତ୍ରପୁରରେ ବିଧାୟକ ଶଙ୍କର ଓରାମ, ଲାଠିକଟାରେ ସୁକେଶି ଓରାମ ନେତୃତ୍ବ ନେଇଥିଲେ।