ସାଇକେଲରେ ଆସୁଥିବା ପ୍ରଶଂସକକୁ ଉଡ଼ାଜାହାଜରେ ବସାଇଲେ ସୋନୁ
ଲକ୍ଡାଉନ୍ ସମୟରେ ଅସହାୟଙ୍କୁ ସାହାଯ୍ୟ କରି ଅସଲ ଜୀବନର ହିରୋ ପାଲଟିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏବେ ପୁଣି ଥରେ ସମସ୍ତଙ୍କ ମନ ଜିଣିଛନ୍ତି। ତାଙ୍କୁ ଦେଖା କରିବାକୁ ସାଇକେଲ୍ରେ ବିହାରରୁ ଆସୁଥିବା ଜଣେ ପ୍ରଶଂସକଙ୍କ ପାଇଁ ସେ ଉଡ଼ାଜାହାଜ ଟିକେଟ୍ ସହ ରହିବା ପାଇଁ ହୋଟେଲର ବ୍ୟବସ୍ଥା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସୋନୁଙ୍କ ନିସ୍ବାର୍ଥପର ସେବା ଓ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ବିହାରର ଅର୍ମାନ୍ ତାଙ୍କୁ ଦେଖା କରିବାକୁ ସାଇକେଲରେ ମୁମ୍ବାଇ ବାହାରିଥିଲେ। ଏକଥା ସୋନୁ ଜାଣିବା ପରେ ଭାବପ୍ରବଣ ହୋଇଯାଇଥିଲେ। ଅର୍ମାନ୍ ବେଗୁସରାଇରୁ ସାଇକେଲରେ ବାହାରି ଯାଇଥିବା ବେଳେ ସୋନୁ ତାଙ୍କୁ ଟ୍ରାକ୍ କରିଥିଲେ। ସେ ବନାରସ୍ରରେ ପହଞ୍ଚିଥିବା ଜାଣିବା ପରେ ତାଙ୍କୁ ଏଭଳି କରିବାକୁ ମନା କରିବା ସହ ସୋନୁ ତାଙ୍କ ପାଇଁ ବନାରସ୍-ମୁମ୍ବାଇ ଏୟାର୍ ଟିକେଟ୍ ବୁକ୍ କରିଥିଲେ। ମୁମ୍ବାଇ ପହଞ୍ଚିବା ପରେ ଅର୍ମାନ୍ଙ୍କୁ ସୋନୁ ଭବ୍ୟ ସ୍ବାଗତ କରି ହୋଟେଲରେ ରଖିଥିଲେ। ଏଥିସହ ଏଭଳି ନ କରିବାକୁ ତାଗିଦ୍ କରିଥିଲେ। ସୋନୁ କହିଥିଲେ, ତୁମେ ମୋତେ ଦେଖା କରିବାକୁ ଚାହୁଛ ତ’ ନିହାତି ଦେଖାହେବ। କିନ୍ତୁ ଏଭଳି ନୁହେଁ, ସାଇକେଲରେ ଏତେ ବାଟ ଆସିବା ବିଲକୁଲ ନିରାପଦ ନୁହେଁ। ସୋନୁ କହିଛନ୍ତି, ଯଦି ମୁଁ ତାଙ୍କ ପାଇଁ ସ୍ବତନ୍ତ୍ର, ତେବେ ତାଙ୍କ ପାଇଁ କିଛି କରିବା ମୋ ଦାୟିତ୍ବ। ସୋନୁଙ୍କ ଏଭଳି ଚିନ୍ତାଧାରା ଓ ଉଦାରତାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି।