ଗ୍ରାହକଙ୍କୁ ଆଶ୍ବସ୍ତି, ମଙ୍ଗଳବାର କମିଲା ସୁନାଦର

ନୂଆଦିଲ୍ଲୀ: ମଙ୍ଗଳବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଫଳରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧,୯୬୦ ଟଙ୍କାରେ ପହଞ୍ଚିଛି । ଇଣ୍ଡିଆନ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟରେ ଏହି ସୂଚନା ଦିଆଯାଇଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୮୧,୦୦୦ ଟଙ୍କା ପାଖାପାଖି ରହିଛି ।

ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦,୨୪୦ ଟଙ୍କା, ୨୦ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୪,୦୫୦ ଟଙ୍କା, ୧୮ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୮,୨୯୦ ଟଙ୍କାରେ ପହଞ୍ଚିଛି । ସେହିପରି ୧୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୬,୪୨୦ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ସ୍ତରରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି । ୨୪ କ୍ୟାରେଟ ସୁନା ଦର ୧.୪୯ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୨,୩୨୨ ଡଲାରରେ ପହଞ୍ଚିଛି । ସେହିପରି ରୂପା ୩ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୨୬ ଡଲାରରେ ପହଞ୍ଚିଛି । ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ହେବାର ସମ୍ଭାବନା ଯୋଗୁଁ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର