୨୦୦ କର୍ମଚାରୀ ଛଟେଇ କରିବ ଓଲା କ୍ୟାବ୍‌ସ, ଇସ୍ତଫା ଦେଲେ ସିଇଓ

ନୂଆଦିଲ୍ଲୀ: ଓଲା କ୍ୟାବ୍‌ସ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ହେମନ୍ତ ବକ୍ସି ଚାକିରିରୁ ଇସ୍ତଫା ଦେଇଛନ୍ତି। ଗତ ଜାନୁଆରି ମାସରେ ସେ ଏହି କମ୍ପାନିରେ ଯୋଗଦେଇଥିଲେ। ତେଣୁ କାମ କରିବାର ୪ ମାସ ପରେ ସେ କମ୍ପାନି ଛାଡ଼ିଛନ୍ତି। ଏଥିସହିତ କମ୍ପାନି ଏକ ପୁନର୍ଗଠନ ଯୋଜନା ହାତକୁ ନେଇଛି। ଏଥିଯୋଗୁ କମ୍ପାନିର କେତେକ କାର୍ଯ୍ୟ ବନ୍ଦ ହୋଇଯିବ। ଫଳରେ ପ୍ରାୟ ୨୦୦ କର୍ମଚାରୀ ପ୍ରଭାବିତ ହେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ତେବେ ଓଲା କ୍ୟାବ୍‌ସର ପ୍ରତିଷ୍ଠାତା ଭବିଷ ଅଗରୱାଲ ପୂର୍ବପରି କମ୍ପାନିର ‌ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଆଇପିଓ (ପ୍ରାରମ୍ଭିକ ପବ୍ଲିକ ଅଫର) ଆଣିବା ପାଇଁ କମ୍ପାନି ଏକ ନିବେଶ ବ୍ୟାଙ୍କ ସହ ଆଲୋଚନା ଆରମ୍ଭ କରିଥିବା‌ବେଳେ ସିଇଓ ଚାକିରି ଛାଡ଼ିଛନ୍ତି। ବିଗତ କିଛିଦିନ ମଧ୍ୟରେ ଓଲାରେ ନୂଆ ସିଏଫ୍‌ଓ ଭାବେ କାର୍ତ୍ତିକ ଗୁପ୍ତା ଏବଂ ସିବିଓ ଭାବେ ସିଦ୍ଧାର୍ଥ ଶକଧେର ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର