ଦୁବାଇରେ ହେବ ବିଶ୍ବର ବଡ଼ ବିମାନବନ୍ଦର: ଖର୍ଚ୍ଚ ହେବ ୨.୮ ଲକ୍ଷ କୋଟି

ବାର୍ଷିକ ୨୬ କୋଟି ଯାତ୍ରୀ ପରିବହନ କ୍ଷମତା

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ ବିମାନ ବନ୍ଦର ଦୁବାଇରେ ନିର୍ମାଣ ହେବାକୁ ଯାଉଛି। ଏହି ବିମାନବନ୍ଦରର ନାମ ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ରହିବ। ନୂଆ ବିମାନବନ୍ଦରକୁ ଦୁବାଇର ଶାସକ ଶେଖ ମହମ୍ମଦ ବିନ୍ ରଶିଦ ଅଲ-ମକତୁମ ଗତ ରବିବାର ମଞ୍ଜୁରି ଦେଇଛନ୍ତି। ନୂଆ ବିମାନବନ୍ଦରରେ ୪୦୦ ବିମାନ ଗେଟ୍ ରହିବ। ବର୍ଷକୁ ୨୬ କୋଟି ଯାତ୍ରୀ ଏହି ବିମାନବନ୍ଦର ଜରିଆରେ କରିପାରିବେ। ବର୍ତ୍ତମାନ ଦୁବାଇରେ ଥିବା ବିମାନବନ୍ଦର ତୁଳନାରେ ଏହା ୫ ଗୁଣା ବଡ଼ ହେବ ବୋଲି କୁହାଯାଇଛି। ଏକ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନବନ୍ଦର ନିର୍ମାଣ ପାଇଁ ୩୫୦୦ କୋଟି ଡଲାର ବା ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ବିପୁଳ ଅର୍ଥରେ ପାଖାପାଖି ଦୁଇ ଡଜନ‌‌ ବୁର୍ଜ ଖଲିଫା ନିର୍ମାଣ କରାଯାଇ ପାରିବ। ବିମାନବନ୍ଦରରେ ୫ଟି ରନୱେ ସମାନ୍ତରାଳ ଭାବେ ରହିବ। ବିମାନ ଉଡ଼ାଣ କ୍ଷେତ୍ରରେ ନୂଆ ପ୍ରଯୁକ୍ତି ପ୍ରଥମ ଥର ପାଇଁ ଏଠାରେ ଉପଯୋଗ କରାଯିବ।

ସମ୍ବନ୍ଧିତ ଖବର