ତମାଖୁରେ‌ କୋଭିଡ୍‌ ସେସ୍‌ ଲଗାଇବାକୁ ଦାବି, ୫୦ ହଜାର କୋଟି ରାଜସ୍ବ ମିଳିପାରିବ

ଭୁବନେଶ୍ବର: ତମାଖୁ ଉତ୍ପାଦ ଉପରେ କୋଭିଡ୍‌ ସେସ୍‌ ଲଗାଇ ‌ସରକାର ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ପାଇପାରିବେ ବୋଲି ବିଶିଷ୍ଟ ଡାକ୍ତର, ଅର୍ଥନୀତିଜ୍ଞ ଓ ସାର୍ବଜନୀନ ସ୍ବାସ୍ଥ୍ୟ କର୍ମୀମାନେ କହିଛନ୍ତି। ଆସନ୍ତାକାଲି ଜିଏସ୍‌ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଥିବା ବେଳେ ତମାଖୁ ଉପରେ ସେସ୍‌ ଲାଗାଇବା ଲାଗି ସେମାନେ ଦାବି କରିଛନ୍ତି। ଅର୍ଥନୀତିଜ୍ଞ ଡକ୍ଟର ରିଜୋ ଜନ୍ କହିଛନ୍ତି, କୋଭିଡ୍-୧୯ କାରଣରୁ ସୃଷ୍ଟି ହୋଇଥିବା ସଙ୍କଟ ଦୂର କରିବା ଲାଗି ଆର୍ଥିକ ସମ୍ବଳର ଆବଶ୍ୟକତା ରହିଛି।

ଏହି ସମୟରେ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦିବା ଉଚିତ ପଦକ୍ଷେପ ହେବ ନାହିଁ। କିନ୍ତୁ ତମାଖୁ ଉତ୍ପାଦ ଉପରେ କୋଭିଡ୍ ସେସ୍‌ ଲଗାଯାଇପାରିବ। ବିଡ଼ି ପିଛା ୧ ଟଙ୍କାର ସେସ୍‌ ଓ ସିଗାରେଟ୍‌ ଉପରେ ଅଧିକ ପରିମାଣର ସେସ୍‌ ଲଗାଇ ସରକାର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ରାଜସ୍ବ ପାଇପାରିବେ। ଟିକସ ବଢ଼ିଲେ ତମାଖୁ ଉତ୍ପାଦର ଦାମ୍ ବଢ଼ିବ ଓ ତାହାକୁ ସେବନ କରିବାରୁ ଲୋକମାନେ ନିବୃତ ରହିବେ ବୋଲି ସେ କହିଛନ୍ତି। ମ୍ୟାକ୍ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୟାନସର୍‌ କେୟାର୍‌ର ଅଧ୍ୟକ୍ଷ ଡକ୍ଟର ହରିତ ଚତୁର୍ବେଦୀ କହିଛନ୍ତି ଯେ, ବିଡ଼ି ଉପରେ ସେସ୍‌ ଲଗାଇ ସରକାର ଦୁଇ ଆଡ଼ୁ ଲାଭ ପାଇବେ।

ସମ୍ବନ୍ଧିତ ଖବର