ସାନ ଭାଇ ଅନିଲ ଅମ୍ବାନିଙ୍କ ସମ୍ପତ୍ତି କିଣିବେ ମୁକେଶ

ମୁମ୍ବାଇ: ସାନ ଭାଇ ଅନିଲ ଅମ୍ବାନିଙ୍କ ମୋବାଇଲ୍‌ କଂପାନି ରିଲାଏନ୍‌ସ କମ୍ୟୁନିକେସନ୍‌ର ଭାରତରେ ଥିବା ସମ୍ପତ୍ତିକୁ ବଡ଼ ଭାଇ ମୁକେଶଙ୍କ କଂପାନି ରିଲାଏନ୍‌ସ ଜିଓ ୧୮ ହଜାର କୋଟି ଟଙ୍କାରେ କିଣିବ। ଅନିଲଙ୍କ ଏହି ମୋବାଇଲ୍‌ କଂପାନିର ବିଦେଶରେ ଯେଉଁ ସବୁ ସମ୍ପତ୍ତି ରହିଛି ତାହାକୁ ୭୬୦୦ କୋଟି ଟଙ୍କାରେ କିଣିବାକୁ ଏୟାରଟେଲ୍‌ ଆଗ୍ରହ ପ୍ରକାଶ କରିଛି। ଏହି ଦୁଇ କଂପାନିଠାରୁ ରିଲାଏନ୍‌ସ କମ୍ୟୁନିକେସନ୍‌ ବିଡ୍‌ ହାସଲ କରିଥିବା ଜଣାପଡ଼ିଛି। ଅନିଲଙ୍କ ମୋବାଇଲ୍‌ କଂପାନି ଋଣ ବୋଝରେ ବୁଡ଼ି ରହିଛି। ସେଥିରୁ ନିସ୍ତାର ପାଇବା ପାଇଁ କଂପାନିକୁ ବିକ୍ରି କରିବାକୁ ପଡୁଛି। ରିଲାଏନ୍‌ସର ଟାଓ୍ଵାର, ଅପ୍‌ଟିକ୍‌ ଫାଇବର୍‌, ନେଟ୍‌ଓ୍ଵର୍କ ଅପରେଟ୍‌ ସେଣ୍ଟରକୁ ୧୦ ହଜାର କୋଟି ଟଙ୍କାରେ ଏବଂ ସ୍ପେକ୍ଟ୍ରମ୍‌କୁ ୮ ହଜାର କୋଟି ଟଙ୍କାରେ ଜିଓ ଖରିଦ କରିପାରେ। ସେହି ସମୟରେ ରିଲାଏନ୍‌ସ କମ୍ୟୁନିକେସନ୍‌ର ସମୁଦ୍ର ତଳେ ଥିବା କେବୁଲ୍‌ ଏବଂ ଏଣ୍ଟରପ୍ରାଇଜ୍‌ କାରବାରକୁ ସୁନୀଲ ମିତ୍ତଲଙ୍କ କଂପାନି ଭାରତୀ ଏୟାରଟେଲ୍‌ କିଣିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର