ଚାକରାଣୀ ସହିତ ଶାରୀରିକ ସମ୍ପର୍କ ରଖିବା ମହଙ୍ଗା ପଡ଼ିଲା, ବୃଦ୍ଧଙ୍କ ଚାଲିଗଲା ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ୬୭ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ବୃଦ୍ଧଙ୍କ ଏହି ମୃତ୍ୟୁ ଘଟଣାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବୃଦ୍ଧ ଜଣକ ନିଜର ଚାକରାଣୀ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ କାଳେ ପୁଲିସ ଏହି ଘଟଣା ବିଷୟରେ ଖବର ପାଇଯିବ, ତେଣୁ ଚାକରାଣୀ ବୃଦ୍ଧଙ୍କ ମୃତଦେହକୁ ପ୍ଳାଷ୍ଟିକ କଭର ଓ ବେଡସିଟରେ ଗୁଡ଼ାଇ ରାସ୍ତାରେ ଫିଙ୍ଗି ଦେଇଥିଲେ।

ନଭେମ୍ବର ୧୬ରେ ବେଙ୍ଗାଲୁରୁର ଜେପି ନଗରର ପୁତ୍ତନହଲ୍ଲି ନିବାସୀ ବାଲା ସୁବ୍ରମଣ୍ୟମ (୬୭) ନିଜର ନାତିକୁ ବ୍ୟାଡମିଣ୍ଟନ କ୍ଲାସ ଛାଡ଼ିବା ପାଇଁ ଘରୁ ବାହାରିଥିଲେ। ଆଉ ବୋହୂକୁ ଫୋନ କରି କହିଥିଲେ ମୋର ଘରୁକୁ ଫେରିବା ବିଳମ୍ବ ହେବ, କାରଣ ଜରୁରୀ କାମ ଆସି ଯାଇଛି।

ସନ୍ଧ୍ୟାରେ ବୃଦ୍ଧ ଘରକୁ ନଫେରିବାରୁ ପରିବାରଲୋକେ ତାଙ୍କୁ ‌ଖୋଜାଖୋଜି କରିଥିଲେ। ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ, ତାଙ୍କ ଫୋନ ସୁଇଜ ଅଫ କହିଥିଲା। ଏହାପରେ ପୁଅ ଯାଇ ଥାନାରେ ନିଜର ବାପା ନିଖୋଜ ହୋଇଯାଇଥିବା ସୂଚନା ଦେଇଥିଲେ।

ପୁଲିସ ‌ଖୋଲତାଡ଼ କରିବା ପରେ ଜେପି ନଗର ୬ଫେଜ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ବ୍ୟବ‌ଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ବୃଦ୍ଧଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି ବୋଲି କୁହାଯାଉଛି।

ଏହି ଘଟଣାକୁ ନେଇ ଯାଞ୍ଚ କରିବା ପରେ ଜଣାପଡ଼ିଛି କି, ମୃତକ ବାଲା ସୁବ୍ରମଣ୍ୟମଙ୍କ ୩୫ବର୍ଷର ଚାକରାଣୀ ପୁଲିସ ସାମ୍ନାରେ କହିଛନ୍ତି କି, ସୁବ୍ରମଣ୍ୟ ମୋ ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ  ତାଙ୍କର ହୃତଘାତ ହୋଇଥିଲା। ଆଉ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ମୋତେ ଭୟ ଥିଲା କି ଯଦି ଏହି ଘଟଣା ସମ୍ପର୍କରେ ପୁଲିସକୁ କହିବି ତେବେ ପୁଲିସ ମୋ ବିରୋଧରେ ମାମଲା ରୁଜୁ କରିବ। ତେଣୁ ଭୟରେ ବୃଦ୍ଧଙ୍କ ଶରୀରକୁ ଏକ ପଲିଥିନ ଓ ଚାଦର ଗୁଡ଼ାଇ ରାସ୍ତାପାର୍ଶ୍ବରେ ଫିଙ୍ଗି ଦେଇଥିଲି। ସୁବ୍ରମଣ୍ୟମଙ୍କ ମୃତଦେହକୁ ଫିଙ୍ଗିବାରେ ମୋର ଭାଇ ଓ ସ୍ବାମୀ ସାହାଯ୍ୟ କରିଥିଲେ।’

 

ସମ୍ବନ୍ଧିତ ଖବର