ପୁରୀ ଯାଉଥିଲେ ଯୁବକ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସାକ୍ଷୀଗୋପାଳ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାଇକିଆ ଛକ ନିକଟରେ  ଆଜି ସକାଳ ୯ ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ବରାଗଡ଼ ଗ୍ରାମର ଅଚ୍ୟୁତାନନ୍ଦ ଦାସ (୨୫) ଏକ ବାଇକ ଯୋଗେ ପୁରୀ ଯାଉଥିଲେ। ପଟ୍ଟନାଇକିଆ ଛକ ନିକଟରେ ଅଚ୍ୟୁତାନନ୍ଦ ଦାସଙ୍କ ବାଇକ  ସହିତ  ଅନ୍ୟ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଚ୍ୟୁତାନନ୍ଦ ଦାସ ରାଜପଥ ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ହାଇୱେ ପେଟ୍ରୋଲିଂ ଅଧିକାରୀ ଜି ଏନ ଖାଁ ଆହତ ଅଚ୍ୟୁତାନନ୍ଦ ଦାସଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟବାଦୀ ପୁଲିସ ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି। ଦୁର୍ଘଟଣାଗ୍ରସ୍ତ ବାଇକଟି ଜବତ ହୋଇଛି। ସତ୍ୟବାଦୀ ପୁଲିସ ତରଫରୁ ଏକ ମୋକଦ୍ଦମା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁଛି।

ସମ୍ବନ୍ଧିତ ଖବର