ସ୍ୱାମୀଙ୍କ ନିର୍ଯାତନାରେ ମହିଳା ଅତିଷ୍ଠ

ଭୁବନେଶ୍ୱର : ଯୌନ ନିର୍ଯାତନା ଯୋଗୁ ଅତିଷ୍ଠ ଜଣେ ମହିଳା(୬୦) ଆଜି ତାଙ୍କ ସ୍ୱାମୀ(୭୦)ଙ୍କ ବିରୋଧୀରେ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏହାକୁ ପାରିବାରିକ ମାମଲା କହି ମହିଳାଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ନୂଆପଲ୍ଲୀ ରେଣ୍ଟାଲ କଲୋନି ହାଇସ୍କୁଲ ନିକଟରେ ରହୁଛନ୍ତି। ତାଙ୍କ ସ୍ୱାମୀ ବିଏମ୍‌ସିର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ପ୍ରତିଦିନ ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାନ୍ତି। ଏହି କାରଣରୁ ସେ ଅସୁସ୍ଥ ମଧ୍ୟ ହୋଇ ପଡ଼ୁଛନ୍ତି। ଗତକାଲି ସକାଳେ ଏହି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ଆଜି ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ ପୁଲିସ ମହିଳାଙ୍କ ଏଭଳି ଅଭିଯୋଗକୁ ଆଦୌ ଗୁରୁତ୍ୱ ନ ଦେଇ ଫେରାଇ ଦେବାରୁ ମହିଳା ଜଣକ ନ୍ୟାୟରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର