ଫେରାର ୩ ଅଭିଯୁକ୍ତ ଗିରଫ

ଜୟପୁର: ପୃଥକ ପୃଥକ ମାମଲାରେ ଫେରାର ଥିବା ତିନି ‌ଅଭିଯୁକ୍ତଙ୍କୁ  ଗିରଫ କରିଛି ଜୟପୁର ଟାଉନ ଓ ସଦରଥାନା ପୁଲିସ। ଜୟପୁର ଟାଉନଥାନାରେ ୨୦୧୩ରେ ରାସ୍ତାରୋକ ମାମଲାରେ ଫେରାର ଥିବା ଉପରକୋଲାବର ଶିଶିର କୁମାର ମାଦଳାଙ୍କୁ ଟାଉନପୁଲିସ ଶନିବାର ରାତିରେ ଗିରଫ କରିଥିଲା।

ରବିବାର ତାଙ୍କୁ କୋର୍ଟ ଚାଲାଣ କରିଛି। ସେଭଳି ପୃଥକ ପୃଥକ ଘରୋଇ ମାମଲାରେ ସଂପୃକ୍ତ ରହି ଫେରାର  ଟାଙ୍କୁଆର ମିନିୟାକା ବିଶ୍ୱନାଥ (୪୦) ଓ  ବାରିଣିପୁଟର ମାଧବ ଦଳେଇଙ୍କୁ ଜୟପୁର ସଦର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି।

ସମ୍ବନ୍ଧିତ ଖବର