ହାନାଗୁଡାରେ ସରକାରୀ ଜମି ଜବରଦଖଲ: ଖାଲି କରିବାକୁ ୭ଦିନିଆ ନୋଟିସ ଜାରି କଲା ପୌରପାଳିକା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଅଧୀନ ୱାର୍ଡ ନଂ ୩ ହାନାଗୁଡାରେ ଥିବା ସରକାରୀ ଜମି ଖାତା ନଂ ୧୪୫୮ ଓପ୍ଲଟ ନଂ ୩୪୯ର ପ୍ରାୟ ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ। ଜବରଦଖଲ ‌ହୋଇଥିବା ସରକାରୀ ଜମିରେ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ସହ ଆନିମଲ ବାର୍ଥ(ଏବିସି) କଣ୍ଟ୍ରୋଲ କର୍ଯ୍ୟକ୍ରମ ଅର୍ନ୍ତଗତ କୁକୁରଙ୍କୁ ବନ୍ଧ୍ୟାକରଣ କେନ୍ଦ୍ର ଖୋଲିବାକୁ ପୌରପାଳିକା ପକ୍ଷରୁ ଯୋଜନା କରାଯାଇଛି। ତେଣୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପୂର୍ବରୁ ହାନାଗୁଡାରେ ବୁଲି ସରକାରୀ ଜମି ଚିହ୍ନଟକରି ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଖାଲି କରିବାକୁ ମୌଖୀକ ଭାବେ କହିଥିଲେ।

ଏବେ ପୌରପାଳିକା ପକ୍ଷରୁ ୭ଦିନିଆ ନୋଟିସ୍ ସମସ୍ତ ଜବରଦଖଲକାରୀଙ୍କ ମଧ୍ୟରୁ ୫ଜଣଙ୍କୁ ଦେବା ସହ ଆଉ ତିନି ଜଣଙ୍କ ଜବଦରଖଲ ସ୍ଥାନରେ ଲଗାଇ ଦିଆଯାଇଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ତା ସହ ମାଇକରେ ବି ପ୍ରଚାର ଓପ୍ରସାର କରାଯାଇଛି। ଆସନ୍ତା ୭ଦିନ ମଧ୍ୟରେ ଜମି ନ ଛାଡ଼ିଲେ  ଉଚ୍ଛେଦ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ଏହି ନୋଟିସର ନକଲ ସେ ଉପଜିଲ୍ଲାପାଳ, ତହସିଲଦାର, ଟାଉନଥାନା ଅଧିକାରୀଙ୍କୁ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର