ଇଣ୍ଟରକଲେଜ ଖୋଖୋ ପ୍ରତିଯୋଗିତାରେ କଳିଙ୍ଗ ମହାବିଦ୍ୟାଳୟ ମହିଳା ଦଳ ଚାମ୍ପିଅନ୍‌

ଘୁ.ଉଦୟଗିରି: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଅଷ୍ଟମ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋଖୋ ପ୍ରତିଯୋଗିତା କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୪ ଟି କଲେଜରୁ ଆସିଥିବା ମହିଳା ଖୋଖୋ ଦଳ ଭାଗ ନେଇଥିଲେ। ତନ୍ମଧ୍ୟରୁ କଳିଙ୍ଗ ମହାବିଦ୍ୟାଳୟ, ଘୁ.ଉଦୟଗିରି ଟିମ୍ ଓ ମୋଡେଲ ଡିଗ୍ରୀ କଲେଜ, ରାୟଗଡ଼ା ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା। କଳିଙ୍ଗ ମହାବିଦ୍ୟାଳୟ ଟିମ୍ ବିଜୟ ଲାଭ କରି ଚାମ୍ପିଅନ୍‌ ଆଖ୍ୟା ପାଇଥିଲେ।

ଖେଳ ପ୍ରଶିକ୍ଷକ ସରୋଜ କୁମାର ଦାସଙ୍କ ପ୍ରଶିକ୍ଷଣ ଓ ଛାତ୍ରୀ ରଚନା ପ୍ରଧାନଙ୍କ ନେତୃତ୍ୱରେ କଳ୍ପନା ପ୍ରଧାନ, ସ୍ୱାଗତିକା ପାଟମାଝୀ, ଲୁସିନା ପ୍ରଧାନ, ନିକିତା ପ୍ରଧାନ, ଲିନା ପ୍ରଧାନ, ଶ୍ରଦ୍ଧାଞ୍ଜଳି ପ୍ରଧାନ, ନନ୍ଦିନୀ ପ୍ରଧାନ, ସୁଚିତ୍ରା ପ୍ରଧାନ, ସୁରେଖା ପ୍ରଧାନ, ଅଶ୍ରିତା ପ୍ରଧାନ ଓ ବିଜୟଲକ୍ଷ୍ମୀ ପ୍ରଧାନ ଦଳଗତ ଭାବେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲ ମ୍ୟାଚରେ ବିଜୟୀ ହେବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ତଥା ସମସ୍ତ ଅଧ୍ୟାପକ/ଅଧ୍ୟାପିକା ମହିଳା ଖେଳାଳୀ ମାନଙ୍କୁ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ ଓ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ମତ ପ୍ରକାଶ କରିଥିଲେ। ବିଶ୍ଵବିଦ୍ୟାଳୟ ତରଫରୁ ସମସ୍ତ ବିଜୟୀ ଖେଳାଳିଙ୍କୁ ମାନପତ୍ର ସହ ବିଜୟୀ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଆଜି ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଶୁଭେଚ୍ଛା ଜଣେଇଥିଲେ।

ସମ୍ବନ୍ଧିତ ଖବର