ଶ୍ରେଣୀଗୃହ ଛାତରୁ ପାଣି ଗଳୁଛି

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୪୯ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବର୍ଷା ହେଲେ ଦୁଇଟି ଶ୍ରେଣୀଗୃହ ଛାତରୁ ପାଣି ଗଳିବା ସହ କଂକ୍ରିଟ ଖଣ୍ଡ ଖସୁଛି। ବିଦ୍ୟାଳୟରେ ୩ଟି ଶ୍ରେଣୀଗୃହ ରହିଛି। ଏଥିରୁ ଦୁଇଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଶ୍ରେଣୀଗୃହରେ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀଙ୍କୁ ବସିବାରେ ସମସ୍ୟା ହେଉଛି। ତୁରନ୍ତ ଏହାକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର