ବିସ୍ଫୋରଣରେ ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇ ଜଣେ ନିରୀହ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ ଚିନ୍ତଲନାର ଅଂଚଳର ମାରାପଲ୍ଲୀ ଅଂଚଳରେ ଜଣେ ଗ୍ରାମବାସୀ କାମ ସାରି ଘରକୁ ଫେରୁଥିବା ବେଳେ ଜଂଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ଗ୍ରାମବାସୀ ଆହତ ହୋଇଥିବା ବେଳେ ଏହି ଖବର ପାଇ ୨୦୧ କୋବ୍ରା ବାଟାଲିୟନର ଯବାନ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଉଦ୍ଧାର କରି କ୍ୟାମ୍ପକୁ ନେଇ ଚିକିତ୍ସା କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ମେଡିକାଲକୁ ନେଇ ଭର୍ତି କରିଥିବା ଜଣାପଡିଛି। ଆହତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଥିବା କୁହାଯାଇଛି। ଅନ୍ୟପଟେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଜଣ ଯବାନ ଏବଂ ଜଣେ ଗ୍ରାମବସୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇସାରିଲେଣି। ଏଥିସହ ନକ୍ସଲ ଖୋଳିଥିବା ଗାତରେ ଜଣେ ମହିଳା ପଡି ଗୁରୁତର ମଧ୍ୟ ହୋଇଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଂଚଳରେ ସିଆରପିଏଫ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
ଜୁଆ ଆଡ୍ଡାରେ ଚଢ଼ାଉ, ୫ ଗି

ସମ୍ବନ୍ଧିତ ଖବର