ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ: ଜଣେ ନକ୍ସଲ ମୃତ,ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମାରେ ପୁଣି ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ସୂଚନା ଅନୁଯାୟୀ ଗତକାଲି ଗୁଇନ୍ଦା ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲାର କିଷ୍ଟରାମ ଥାନା ଅନ୍ତର୍ଗତ ପେସେଲପାଡ ନିକଟସ୍ଥ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ,ଡିଆରଜି ଏବଂ ବସ୍ତର ଫାଇଟର ଯବାନ ସେହି ଅଂଚଳରେ ଚଢାଉ କରିଥିଲେ।ଆଜି ସକାଳ ୭ଟା ବେଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ପରେ ପୁଲିସ ଘଟଣାସ୍ଥଳର ସର୍ଚ୍ଚ ଅପରେସନ ବେଳେ ଜଣେ ମୃତ ନକ୍ସଲର ଶବ ଜବତ କରିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ତେବେ ଏଠାରେ କିଷ୍ଟରାମ ଏରିଆ କମିଟିର ନକ୍ସଲମାନେ ବୈଠକ କରୁଥିଲେ। ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ତେବେ ମୃତ ନକ୍ସଲକୁ ଚିହ୍ନଟ କରାଯାଉଛି।

ସମ୍ବନ୍ଧିତ ଖବର