ନୂଆଗାଁରେ ରଜ ପର୍ବ

ପଦ୍ମପୁର: ଖରାଟିଆ ଗଣପର୍ବ ରଜ କେନ୍ଦୁଝର ଜିଲ୍ଲାରେ ତିନିଦିନ ବ୍ୟାପୀ ପାଳନ କରାଯାଉଛି। ଏଥିପାଇଁ ଗାଁ ଠାରୁ ସହର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଆମ୍ବତୋଟାରେ ରଜ ମଉଜ ପାଳନ ହେଉଛି। ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏକ ବଡ଼ଖାଇ ଦୋଳି ପକାଯାଇଛି। ବୁଧବାର ପ୍ରଥମ ରଜ ଠାରୁ ତିନିଦିନ ଧରି ଏଠାରେ ସ୍ଥାନୀୟ ଅଞ୍ଚଳର ଝିଅବୋହୂ ମହିଳାମାନଙ୍କ ସମାଗମ ହେଉଛି। ପ୍ରତ୍ୟେକ ଘରେ ଘରେ ପିଠାପଣା ମାଂସ ଭାତ ଆସର ଜମୁଛି।

ଦୂର ଦୂରାନ୍ତରୁ କୁଣିଆଁ ଗ୍ରାମକୁ ଛୁଟି ଆସୁଛନ୍ତି। ସନ୍ଧ୍ୟାରେ ଦୋଳି ଖେଳ ଓ ମହିଳା ମାନେ ରଜ ଗୀତ ବୋଲି ନୂଆଗାଁ ଗ୍ରାମକୁ ଚଳଚଞ୍ଚଳ କରିଦେଉଛନ୍ତି। ରଜପର୍ବ ୫ଦିନ ଧରି ଆନନ୍ଦ ଉଲ୍ଲାସର ସହ ପାଳନ ହେବ। ରବିବାର ଉଦଯାପନୀ ଦିବସ ଓ ଶିଶୁଙ୍କୁ ନେଇ ରଜ ବତୀ ବିବାହ ସହିତ ନାଚଗୀତ କାର୍ଯ୍ୟକ୍ରମ ରହିଛି। ନୂଆଗାଁ ଗ୍ରାମର ମୁରଲୀ ଗିରି, ମିଶ୍ର ଗିରି, ସୁଦର୍ଶନ ଘଡେଇ, ବାଦଲ ରାଉତ, ରଞ୍ଜନ ନାଏକ, ଚନ୍ଦନ ରାଉତ, କାହ୍ନୁ ଗୁରି, ରଞ୍ଜନ ରାଉତ, ଶାନ୍ତନୁ ରାଉତ, ରଞ୍ଜନ ବାରିକ, ଚନ୍ଦ୍ରଭାନୁ ପାତ୍ର ପ୍ରମୁଖ ରଜ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର