ସ୍ୱାଭିମାନ ଦିବସକୁ ଛୁଟି ଘୋଷଣା କରାଯିବାକୁ ଦାବି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ‘ସମ୍ବାଦ’ ସାହିତ୍ୟ ଘର ଆନୁକୂଲ୍ୟରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପିସିଏମ୍ କଲ୍ୟାଣୀ ମଣ୍ଡପ ପରିସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ତିମିର ରଞ୍ଜନ ପଣ୍ଡା, ସମ୍ପାଦକ ଡଃ. ଦିଗମ୍ବର ଗିରି, ସହ ସମ୍ପାଦକ ବିଜୟ କୁମାର ରାମ୍, କୋଷାଧକ୍ଷ ରଞ୍ଜନ କୁମାର ନନ୍ଦ, ରାଇରଙ୍ଗପୁର ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ସୁରତ କୁମାର ପଟ୍ଟନାୟକ, ଗୋରୁମହିଷାଣୀ ‘ସମ୍ବାଦ’ ପ୍ରତିନିଧି ରାମକୃଷ୍ଣ ଦେ, କିଶୋର କୁମାର ରଜକ, ପଙ୍କଜ ସର୍ଦ୍ଧାରଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ। ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସଂଯୋଜନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।

‘ସମ୍ବାଦ’ ସାହିତ୍ୟ ଘରର ସମ୍ପାଦକ ଡଃ. ଦିଗମ୍ବର ଗିରି ସ୍ୱାଭିମାନ ଦିବସ ସମ୍ପର୍କରେ ବିସଦ ସୂଚନା ପ୍ରଦାନ କରିଥିଲେ। ସାହିତ୍ୟ ଘରର ସଭାପତି ତିମିର ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ ଥିବା କବି ଓ କବିୟତ୍ରୀ ମାନେ ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଥିବା ସଦସ୍ୟ ମାନେ ମଧୁବାବୁଙ୍କ ଜାୟନ୍ତୀ ସ୍ୱାଭିମାନ ଦିବସକୁ ସରକାରୀ ଭାବେ ଛୁଟି ଘୋଷଣା କରାଯାଉ ବୋଲି ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବାକୁ ବ୍ୟକ୍ତବ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ‘ସମ୍ବାଦ’ ସାହିତ୍ୟ ଘରର ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ତୁଷାରକାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର