ବ୍ଲେଡରେ ଯୁବକଙ୍କୁ ଆକ୍ରମଣ,ଜଣେ ଗୁରତର

ଜହ୍ନାପଙ୍କ: ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଅନ୍ତର୍ଗତ ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ ବ୍ଲେଡରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,କଣ୍ଟାମାଳ ବ୍ଲକ ଥାଟିପାଲି ଗ୍ରାମର ବୁଲୁ ମହାନନ୍ଦିଆ, ଗମ୍ଭାରୀ ପଦର ଗ୍ରାମର ପ୍ରମୋଦ ମହାନନ୍ଦିଆ ଓ ଜାଲ କୁମ୍ଭାର ମକୁନ୍ଦପୁର ଗ୍ରାମ ନୂଆସାହି ହରିଜନପଡାର ରମେଶ ମହାନନ୍ଦିଆଙ୍କ ଘରକୁ ରାତି ପ୍ରାୟ ୨ଟା ସମୟରେ ଆସିଥିଲେ । ସେହିପଡାର ପଂଚାନନ କଲତା ରାତିରେ ଉଠି ପଡି ଏତେ ରାତିରେ କାହା ଘରକୁ କଣ ପାଇଁ ଆସିଛ ବୋଲି ପଚାରିଥିଲେ ।

ଏଥିରେ ଉତ୍ୟକ୍ତ ହୋଇ ବୁଲୁ ମହାନନ୍ଦିଆ ଏକ ବ୍ଲେଡରେ ପଞ୍ଚାନନ କଲତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ପଞ୍ଚାନନଙ୍କ ଅନ୍ତବୁଜୁଳା ବାହାରି ପଡିଥିବା ଜଣାପଡିଛି । ପାଟିତୁଣ୍ଡ ଶୁଣି ପଡାବାସୀ ଆକ୍ରମଣକାରୀ ବୁଲୁକୁ କାବୁ କରିଥିବା ବେଳେ ସାଙ୍ଗରେ ଆସିଥିବା ଅନ୍ୟ ଦୁଇଜଣ କୌଶଳକ୍ରମେ ରାତିର ସୁଯୋଗ ନେଇ ଫେରାର ମାରିଥିଲେ ।

ଏନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଜହ୍ନାପଙ୍କ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ବୁଲୁ ଓ ରମେଶକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଗୁରୁତର ଆହତ ବ୍ୟକ୍ତିଙ୍କୁ ବୌଦ୍ଧ ଡାକ୍ତରଖାନା ପଠାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅନ୍ୟ ବ୍ୟକ୍ତି ମାନଙ୍କୁ ପୋଲିସ ଖୋଜୁଥିବା ବେଳେ କାହାକୁ ଧରିପାରିନାହିଁ l ପୁଲିସ‌ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l ବୌଦ୍ଧ ଥାନାରେ ୮୮/୨୦୨୧ରେ ଏକ ମାମଲା ରୁଜୁ ହେବା ସହ ଫାଣ୍ଡି ଅଧିକାରୀ ମମତା ହେମ୍ରମ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

ସମ୍ବନ୍ଧିତ ଖବର