ସଭ୍ୟତାର କ୍ରମ ପରିଣାମ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଦୁର୍ଭାଗ୍ୟ ମଣିଷର ପରୀକ୍ଷା ନିଏ। ଦୁର୍ଯୋଗ ମଣିଷକୁ ସତର୍କ କରାଏ। ଦୁର୍ବିପାକ ଏକେଲା ମଣିଷକୁ ସମୂହରେ ପରିଣତ କରେ। ଏ ଆପ୍ତବାକ୍ୟର ବ୍ୟାଖ୍ୟା ବା ବିଶ୍ଳେଷଣ ଲୋଡ଼ା ନାହିଁ। ଲିଖିତ ସାହିତ୍ୟରେ ଯେତିକି ଅଛି, ସେତିକି ସ୍ମରଣ କରାଯାଇପାରେ, ପ୍ରମାଣ ପାଇଁ ନୁହେଁ, ଆଶ୍ବାସନା ପାଇଁ। ଭାରତରେ ସାମୂହିକ ବିନାଶର ଆତଙ୍କ ଭିତରେ ବ˚ଚିବାର କୌଣସି ଦୃଷ୍ଟାନ୍ତ ନାହିଁ, ଭାରତୀୟମାନେ କେବଳ କାଳ୍ପନିକ ପ୍ରଳୟ ବା ସୃଷ୍ଟିର ସମାପନର ଗୋଟିଏ ଏତେ ବଡ଼ ଦୃଶ୍ୟପଟ ସହିତ ଅଭ୍ୟସ୍ତ ଯେ ଆଉ କୌଣସି ମାନବୀୟ ବିନାଶ ବିଷୟରେ ସେମାନେ ଚିନ୍ତା କରିନାହାନ୍ତି। ବସ୍ତୁତଃ ମାନବୀୟ ବିନାଶର କଳ୍ପନା ଭାରତୀୟଙ୍କ ଶାସ୍ତ୍ର ପୁରାଣ ଆଦିରେ ଅନୁପସ୍ଥିତ। ଅପଶକ୍ତି ଉତ୍ପାତ ହେବା, ସ˚ସାର ଧ୍ବ˚ସ ମୁହଁକୁ ଆସିଯିବା ଠିକ୍‌, କିନ୍ତୁ ଭାରତୀୟ ଚିନ୍ତନରେ ଠିକ୍‌ ସମୟରେ ଈଶ୍ବର ହିଁ ହସ୍ତକ୍ଷେପ କରନ୍ତି। ଏବେ ସ˚କ୍ରମିତ ବିଶ୍ବରେ, ମହାମାରୀ ବିଶ୍ବମାରୀରେ ପରିଣତ ହେବାର ସ୍କେଲ୍‌ ଏତେ ବ୍ୟାପକ ଯେ ୟାକୁ ଏକ ପ୍ରକାରର ପ୍ରଳୟର ପୂର୍ବାନୁମାନ ବୋଲି କହାଯାଇପାରେ। ଯଦି କେବେ ପ୍ରଳୟ ହୁଏ, ତେବେ ପ୍ରଳୟ ବୋଧେ ଥରକରେ ଜଳ ନିମଜ୍ଜିତ ଭୂଲୋକର ଚାପରେ ନୁହେଁ, ତର˚ଗ ଭଳି ଥରକୁ ଥର ଜୀବଜଗତ୍‌ ଉପର ଦେଇ ବହି ଯାଉଥିବା ପ୍ରାକୃତିକ ଓ ଜୈବ କ୍ରମପ୍ରବାହୀ କ୍ଷୟର ରୂପରେ ହେବ। ପ୍ରତି ତର˚ଗ ସହିତ ମଣିଷ ଚରିତ୍ରର ବିବିଧ ରୂପ ଉଦ୍‌ଘାଟିତ ହେବେ। ମଣିଷକୃତ ସ˚ସାରର ବିଲୟର ଅର୍ଥ ନୁହେଁ ପୃଥିବୀର ସମାପ୍ତି; ୟାର ଅର୍ଥ ମଣିଷକୃତ ସ˚ସାରର ସମସ୍ତ ମାୟାର ସ୍ବରୂପ ଉଦ୍‌ଘାଟନ ଓ ପୁନଃବିସ୍ମୃତି। ଅର୍ଥାତ୍‌ ବିଧ୍ବ˚ସ ବା କ୍ଷୟର ପ୍ରତି ତର˚ଗ ସହିତ ମଣିଷ ତାର ସ୍ବରୂପ ସହିତ ପରିଚିତ ହେବ ଓ ପୁଣି ବିସ୍ମୃତ ହେବ। ଏହିଭଳି ଭାବରେ କ୍ଷୟର ପ୍ରକ୍ରିୟା ଚାଲିବ ଓ ମାୟାର ପ୍ରକ୍ରିୟା ମଧୢ ଚାଲିବ। ମାନବ ସଭ୍ୟତାର ଲିପିବଦ୍ଧ ବୃତ୍ତାନ୍ତ ମାନଙ୍କ ମଧୢରେ ଅଧୁନା ଉପଲବ୍‌ଧ ଯୋଡ଼ିଏ ପାଠ ସହିତ ପାଠକଙ୍କ ପରିଚୟ କରାଉଚି, ଏହି ସନ୍ଦର୍ଭରେ।

ଗୋଟିଏ ପାଠ ମାର୍ଚ୍ଚ ୧୭୨୨ରେ ପ୍ରକାଶିତ ଡାନିଏଲ୍‌ ଡିଫୋଙ୍କର ‘ଏ ଜର୍ଣ୍ଣାଲ୍‌ ଅଫ୍‌ ପ୍ଲେଗ୍‌ ଇଅର୍ସ‌୍‌’। ଏ ପାଠ ଥିଲା ୧୬୬୫ରେ ଇ˚ଲଣ୍ତର ବ୍ୟୁବୋନିକ୍‌ ପ୍ଲେଗର ଏକ ବିବରଣୀ। ବିବରଣୀ ସମାପ୍ତ କରି ଡିଫୋ ଲେଖିଲେ:
‘‘ମଣିଷ ମାନଙ୍କ ଭିତରେ ବହୁ ସୁପ୍ତ ବିବେକ ଜାଗରିତ ହେଲେ, ବହୁ ନିଷ୍ଠୁର ହୃଦୟ ତରଳିଲେ, ବହୁ ଶୁଷ୍କ ନେତ୍ର ଲୋତକାପ୍ଳୁତ ହେଲେ, ବହୁ ଅନୁତପ୍ତ ତାଙ୍କର ଅପରାଧ ସ୍ବୀକାର କଲେ ଓ କ୍ଷମାପ୍ରାର୍ଥନା କଲେ।’’

ଦୁର୍ବିପାକ ମଣିଷର ବିବେକ, ସମ୍ବେଦନା, ସାଧୁତା ଓ ସହୃଦୟତାକୁ ଜାଗ୍ରତ କରେ ବୋଲି କହିଲେ ଡିଫୋ ଓ ମଣିଷର ବହୁ ନିର୍ଦୟତାର କାହାଣୀ କହିବାକୁ ଚାହିଁଲେ ନାହିଁ।

ସେହିପରି ୧୯୪୭ରେ ପ୍ରକାଶିତ ଆଲ୍‌ବେଆର‌୍‌ କାମୁଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଦ’ ପ୍ଲେଗ୍‌’ରେ କାମୁ ବି ଏ ନିଷ୍କର୍ଷରେ ପହଞ୍ଚିଲେ ଯେ ଦୁର୍ବିପାକ ମଣିଷକୁ ସାମୂହିକ ଭାଗ୍ୟର ଅ˚ଶୀଦାର କରେ:
‘‘ଜଣେ ମଷିଣ ତାର ନିଜର ଭାଗ୍ୟ କଥା ଭାବିବା ବନ୍ଦ ହୋଇଗଲା, ସମସ୍ତେ ଭାବିଲେ ଯେ ସବୁ ବ୍ୟକ୍ତିଙ୍କର ଆଉ ଅଲଗା ଅଲଗା ଭାଗ୍ୟ ନାହିଁ, ସମସ୍ତେ ଗୋଟିଏ ସାମୂହିକ ଭାଗ୍ୟର ଅ˚ଶ! ଦୁର୍ବିପାକରେ କେହି ଏକାକୀ ନୁହେଁ।’’

ଓରାନ୍‌ର ଭୟଙ୍କର ପ୍ଲେଗ୍‌ର ପୃଷ୍ଠଭୂମିରେ ରଚିତ ଏ ଉପନ୍ୟାସରେ ମଣିଷର ସ୍ବାର୍ଥ ଓ ନିର୍ଦୟତାର କାହାଣୀ ବି ଥିଲା, କିନ୍ତୁ କାମୁ ତାକୁ ଗୁରୁତ୍ବ ନଦେଇ ମଣିଷର ଜାଗ୍ରତ ଭଲ ପଣ ଓ ସାମୂହିକତାରେ ‘ଏକ’ର ବିଲୟକୁ ରେଖାଙ୍କିତ କଲେ।

ଏବେ ଯେଉଁ ବିଶ୍ବମାରୀ (ପାଣ୍ତେମିକ୍‌) ସାରା ବିଶ୍ବକୁ କବଳିତ କରିଚି, ସେଥିରୁ ମଣିଷ କ’ଣ ଶିଖିବ, ୟାର ବିବରଣୀ ଭବିଷ୍ୟତ ପାଇଁ କି ବାର୍ତ୍ତା ଛାଡ଼ିଯିବ କହି ହେଉନାହିଁ। ଏ ଯାବତ୍‌ ବିଶ୍ବ ଯାହା ଭୋଗିଲାଣି, ସେଥିରେ ମାନବୀୟ କ୍ରୂରତାର ବହୁ ଦୃଷ୍ଟାନ୍ତ ଅଛନ୍ତି, କିନ୍ତୁ ସେଇଠି ମାନବୀୟ କରୁଣାର ସ˚କେତ ବି କିଛି କମ୍‌ ନୁହେଁ। ଭବିଷ୍ୟତ ପାଇଁ ଯେଉଁ କାହାଣୀ ରହିଯିବ, ତାହା ହେବ ମଣିଷର ଭଲ ପଣର କାହାଣୀ। ସମାଜରେ ମାନବୀୟ ବିବେକର ପ୍ରତିଷ୍ଠା ଏଭଳି କରାଯାଇଚି ଯେ ସେ ଭଲ ହେବାକୁ ଚାହେଁ, ଭଲ କରିବାକୁ ଚାହେଁ, ଓ ନିଜର ଅପକୃତ୍ୟ ଓ ଦୁଷ୍ଟ ପଣକୁ ଭୁଲିବାକୁ ଚାହେଁ। ମଣିଷ ନିଜର ଦୁଷ୍ଟ ପଣକୁ ଚିହ୍ନେ, ଜାଣେ ଓ ଭୁଲିଯାଏ, କାରଣ ସେ ନିଜର ଭଲ ପଣର ଆଶ୍ବାସନାରେ ହିଁ ବ˚ଚିବାକୁ ଚାହେଁ। ସେଇ ତାର ଆଶା, ଆକା˚କ୍ଷା, ସ୍ବପ୍ନ ଓ ସାମର୍ଥ୍ୟର ମୂଳ।

ସକାରାତ୍ମକତା ଓ ସମସ୍ତ ମାନବୀୟ ସୁଗୁଣ ସଭ୍ୟତାର କ୍ରମ ପରିଣାମ। ହଜାର ହଜାର ବର୍ଷରେ ନିର୍ମିତ ସଭ୍ୟତା ସହଜରେ ନଷ୍ଟ ହୁଏନାହିଁ, ତେଣୁ ମାନବୀୟ ଜୀବନର ତଳ ସ୍ତରରେ ଏଗୁଡ଼ିକ ସ˚ସ୍କାର ହୋଇ ରହିଯାନ୍ତି। ବିପଦରେ, ଦୁର୍ବିପାକରେ ଓ ଦୁର୍ଭାଗ୍ୟ ତଥା ଦୁର୍ଯୋଗରେ ଅପଚୟ, କ୍ଷୟ ଓ କ୍ଷତିର ସାମ୍ନା କଲା ବେଳେ ଏଗୁଡ଼ିକ ଜାଗ୍ରତ ହୋଇ ଉଠନ୍ତି, ଯାହା ଡାଫୋ ଓ କାମୁ କହିଲେ ମହାମାରୀକୁ ନେଇ। ଆମ ସମୟର ଏ ବିଶ୍ବମାରୀର ଅନ୍ତିମ ବ୍ୟାଖ୍ୟାନ ବି ହେବ ଏହି ମାନବୀୟ ଜାଗରଣରେ।

କିନ୍ତୁ ବିଶ୍ବ ଇତିହାସରେ ଏଭଳି ସମୟ ଆସିଚି, ଯେତେବେଳେ ସମଗ୍ର ସଭ୍ୟତାର ସ୍ମୃତି ଧ୍ବ˚ସ କରି ସଫା କାଗଜରେ ନୂଆ ଇତିହାସ ରଚନାର ପ୍ରୟାସ କରାଯାଇଚି। କୁହାଯାଏ ଯେ ଯିଏ ବର୍ତ୍ତମାନକୁ ନିୟନ୍ତ୍ରିତ କରେ, ସିଏ ଅତୀତକୁ ନିୟନ୍ତ୍ରିତ କରେ, ଓ ଯିଏ ଅତୀତକୁ ନିୟନ୍ତ୍ରିତ କରେ, ସିଏ ଭବିଷ୍ୟତକୁ ନିୟନ୍ତ୍ରିତ କରେ। ଏ କଥା ଯେଉଁ ଜର୍ଜ ଅରୱେଲ୍‌ କହିଥିଲେ ତାଙ୍କୁ ଉଦାରବାଦୀ ସମାଜତନ୍ତ୍ରର ଜଣେ ପ୍ରବକ୍ତା ବୋଲି ବିଚାର କରାଯାଏ, କିନ୍ତୁ ଏ କଥାଟା ସେ ଗୂଢ଼ ଅର୍ଥରେ ଉଭୟ ସାମ୍ରାଜ୍ୟବାଦୀ ଓ ସାମ୍ୟବାଦୀଙ୍କ ଇତିହାସ ଦୃଷ୍ଟିକୁ ରେଖାଙ୍କିତ କରିବା ପାଇଁ କହିଥିଲେ। ଏଇଠି ଭାରତ ଓ ଚୀନ ଭିତରେ ଗୋଟିଏ ସଭ୍ୟତାଗତ ପାର୍ଥକ୍ୟର ଆଲୋଚନା କରାଯିବା ଜରୁରୀ। ଚୀନ ବିଶ୍ବ ନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇ ପାରିବ ନାହିଁ, କେବଳ ଏଇଥି ଯୋଗୁ ନୁହେଁ ଯେ ସେ ଦେଶ ବର୍ତ୍ତମାନ ସମଗ୍ର ବିଶ୍ବର ନୀଚତମ ଖଳନାୟକର ଭୂମିକାରେ ରହିଚି, ଏଥିପାଇଁ ମଧୢ ଯେ ତାର ସଭ୍ୟତାର କ୍ରମ ପରିଣାମରେ ଥିବା ସମସ୍ତ ସକାରାତ୍ମକ ଗୁଣକୁ ବିଚାର ଧାରାର ଦୁଷ୍ଟ ରାଜନୀତି ନଷ୍ଟ କରିସାରିଚି। ୧୯୬୬ରୁ ୧୯୭୭, ଏଇ ଦଶ ବର୍ଷ ଭିତରେ ମାଓ-ପ୍ରବର୍ତ୍ତିତ ସା˚ସ୍କୃତିକ ବିପ୍ଳବ (କଲ୍‌ଚରାଲ୍‌ ରିଭୋଲ୍ୟୁସନ୍‌), ଚୀନର ସମସ୍ତ ସଭ୍ୟତାଗତ କ୍ରମ ପରିଣାମକୁ ଧ୍ବସ୍ତ କରିଦେଲା। ବୈଦ୍ଧିକ ପର˚ପରା, ଜୀବନ-ଚିନ୍ତନର ଶୈଳୀ, ମୂଲ୍ୟବୋଧର ଉତ୍କର୍ଷ, ଦାର୍ଶନିକ ଦୃଷ୍ଟି, ସକାରାତ୍ମକ ବିଚାର, ଏପରିକି ଭୂମିଗତ ସ˚ସ୍କାର; ସବୁକୁ ଧ୍ବ˚ସ କରିଦେଲା ଏ ତଥାକଥିତ ବିପ୍ଳବ, କେବଳ ଏଇଥିପାଇଁ ଯେ କେବଳ ସାମ୍ୟବାଦ ହିଁ ଏକାନ୍ତ ସତ୍ୟ! ଏହି ସମୟରେ ସତେ ଅବା ଚୀନର ଇତିହାସ, ଚୀନର ଭୌଗୋଳିକ ଅସ୍ତିତ୍ବ ଠାରୁ ଅଲଗା ହୋଇ ଖଣ୍ତେ ଅଦରକାରୀ ଛିଣ୍ତା କାଗଜ ଭଳି ଉଡ଼ିଗଲା। ୧୯୭୭ ପରଠାରୁ ଏଯାବତ୍‌ ଚୀନା ମାନେ ତାଙ୍କର ସଭ୍ୟତାର ସ˚ସ୍କାର ଆଉ ଫେରି ପାଇନାହାନ୍ତି। ମାଓ ଭାବିଥିଲେ ଯେ ଯେହେତୁ ସେ ଚୀନର ବର୍ତ୍ତମାନର ଅଧିପତି, ସେ ତାର ଅତୀତକୁ ମଧୢ ନିୟନ୍ତ୍ରିତ କରିବେ ଓ ସେହି ସାମର୍ଥ୍ୟରେ ଚୀନର ଭବିଷ୍ୟତ ମଧୢ ନିରୂପିତ କରିବେ। ଚୀନର (କନ୍‌ଫୁସିଅସ୍‌, ଲାଓତ୍‌-ସେ ଓ ବୁଦ୍ଧ) ସଭ୍ୟତାର ସର୍ବପ୍ରଭାବୀ (ଡୋମିନାଣ୍ଟ) ବିଚାରଧାରା ଥିଲା ଏକ ଶାନ୍ତ, ସମାହିତ, ଶୀଳ-ପ୍ରଧାନ ଜୀବନଧାରା। ସାମ୍ୟବାଦର ମାର୍କ‌୍‌ସ ପରବର୍ତ୍ତୀ ରାଜନୈତିକ ପ୍ରୟୋଗରେ ସର୍ବପ୍ରଭାବୀ ବିଚାରଧାରା ସେହି ଯାହା ଲୋକ ଜୀବନକୁ ନିୟନ୍ତ୍ରିତ କରେ। ଚୀନ୍‌ର ଲୋକ ଜୀବନକୁ ନିୟନ୍ତ୍ରିତ କରୁଥିବା ବିଚାରଧାରା ୧୯୨୦ରୁ ସ˚କଟରେ ପଡ଼ିଥିଲା, ୧୯୪୯ ଅକ୍ଟୋବର ୧ ତାରିଖ ଦିନ ମାଓ ସେ ତୁଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟି ଓ ରାଷ୍ଟ୍ରବାଦୀ ପାର୍ଟି ମଧୢରେ ଚାଲିଥିବା ସ˚ଘର୍ଷର ଅନ୍ତ ହେଲା, ତଥା ‘ପିପୁଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା’ର ସ୍ଥାପନା ସହିତ ସଭ୍ୟତାଗତ ବିଚାରଧାରା ସ୍ଥାନରେ ଦଳୀୟ ବିଚାରଧାରା ସର୍ବପ୍ରଭାବୀ ବିଚାରଧାରା ଭାବରେ ଗୃହୀତ ହୋଇଗଲା। ୧୯୪୯ରୁ ୧୯୬୬ ଭିତରେ ଦଳୀୟ ବିଚାରଧାରାର ବୌଦ୍ଧିକ ପ୍ରତିରୋଧ ସଭ୍ୟତାର ସା˚ସ୍କୃତିକ ମୂଳରୁ ଉତ୍ସାହିତ ହେଉଥିବା ଅନୁମାନ କରି, ମାଓ ସା˚ସ୍କୃତିକ ବିପ୍ଳବ ଆରମ୍ଭ କଲେ। ତାଙ୍କରି ମୁଖନିସୃତ ବାଣୀ, କନ୍‌ଫୁସିଅସ୍‌, ଲାଓତ୍‌-ସେ ଓ ବୁଦ୍ଧଙ୍କ ବାଣୀକୁ କେବଳ ସ୍ଥାନଚ୍ୟୁତ କଲା ନାହିଁ, ଅଲୋଡ଼ା କରି ଫିଙ୍ଗିଦେଲା। କହିବାରେ ଦ୍ବିଧା ନାହିଁ ଯେ ବୌଦ୍ଧିକ ମୂଳୋତ୍ପାଟନ ସହିତ ଅଲୋଡ଼ା ସଭ୍ୟତାର ଅଲୋଡ଼ା ବାଣୀ ଓ ଚିନ୍ତନ ମଧୢ ଉତ୍ପାଟିତ ହୋଇଗଲେ। ଶୀଳ-ପ୍ରଧାନ ବୌଦ୍ଧିକତା ସ୍ଥାନରେ ଆକ୍ରାମକ ନ୍ୟୂନବୋଧ (ବେଲିଜେରେଣ୍ଟ ଇନ୍‌ଫେରିଆରିଟି କମ୍ପ୍ଲେକ୍ସ) ସ୍ଥାନ ଅଧିକାର କରି ବସିଲା। ମାଓଙ୍କ ଭଳି ଜଣେ ରାଜନେତା ତାଙ୍କର ବାଣୀ ସ˚କଳନ ‘ଦି ଲିଟଲ୍‌ ରେଡ୍‌ ବୁକ୍‌’କୁ ତ୍ରିପିଟକ ଠାରୁ ବଡ଼ ବୋଲି କହିବା ଓ ମହାମନୀଷୀମାନଙ୍କୁ ଅସାର କହି ନିଜକୁ ମହାଦେବତାର ଶାସନରେ ବସାଇବା ନ୍ୟୂନବୋଧ ନୁ‌େହଁ କି? ମନସ୍ତତ୍ତ୍ବରେ ନିଜକୁ ବଡ଼ କରୁଥିବା ଲୋକେ ବାସ୍ତବରେ ନ୍ୟୂନବୋଧରେ ପୀଡ଼ିତ ବୋଲି ସିଦ୍ଧ କରାସରିଚି। ତେଣୁ ବର୍ତ୍ତମାନ ଚୀନର ଶାସକ ନିଜକୁ ଆଜୀବନ ରାଷ୍ଟ୍ରାଧୢକ୍ଷ ଘୋଷଣା କରିବା ସେହି ନ୍ୟୂନବୋଧର ସ୍ବାଭାବିକ ପରିଣାମ। ସା˚ସ୍କୃତିକ ବିପ୍ଳବ ବେଳେ କୋଟି କୋଟିି ନିରପରାଧ ବିବେକୀ ଲୋକଙ୍କର ସ˚ହାରରେ ଚୀନର ମାଟି ଲାଲ, ସେଠି ଦଳୀୟ ଲାଲ କୋଉଯାଏଁ ଯିବ? ତେଣୁ ଚୀନର ପତନ ଅବଶ୍ୟମ୍ଭାବୀ। ନକରାତ୍ମକ ବଡ଼ିମା ଓ ଦର୍ଶନ ବିହୀନ ରାଜନୀତି ବିଶ୍ବନାୟକତ୍ବର ନିର୍ମାଣ କରିପାରିବ ନାହିଁ।

ସେଇଠି ଭାରତୀୟ ସଭ୍ୟତା ଉପର ଦେଇ ବିଦେଶାଗତ ରାଜତନ୍ତ୍ରର ଚକ ଥରକୁ ଥର ବୁଲି ଚାଲିଲା, କିନ୍ତୁ ନା ମୋଗଲ ନା ଇ˚ରେଜ କେହିବି ୟାର ସଭ୍ୟତାଗତ ମୂଳକୁ ଉତ୍ପାଟିତ କରି ନିଜର ବିଚାରଧାରା ପ୍ରତିଷ୍ଠା କରିବାକୁ ଚାହିଁନଥିଲେ। ଇତିହାସକୁ ଯେତେ ବିକୃତ କଲେ ବି ସଭ୍ୟତାର ମୂଳ ଦୃଢ଼ ହୋଇ ରହିଗଲା। ସ୍ବାଧୀନତା ସ˚ଗ୍ରାମର ନେତୃତ୍ବ ନେବାରେ ଗାନ୍ଧୀଙ୍କ ସଫଳତା ଓ ଲୋକପ୍ରାଣର ସର୍ବମୟ ଶାଶ୍ବତ ପୁରୁଷ ଭାବରେ ତାଙ୍କର ଆବେଦନ, ସଭ୍ୟତାର କ୍ରମ ପରିଣାମ ହିଁ ଥିଲା। ଭାରତୀୟ ଚିନ୍ତନର ଶାନ୍ତି, ଅହି˚ସା, ସହିଷ୍ଣୁତା, ଉଦାରତା ଓ ଅସହଯୋଗ, ଗାନ୍ଧୀଙ୍କ ରାଜନୈତିକ ଦର୍ଶନରେ ଭାରତୀୟତାର ବିଚାରକୁ ଏଭଳି ଏକ ଧରାତଳ ଦେଲା, ଯାହା ଗାନ୍ଧୀଙ୍କ ପାଇଁ ବିପୁଳ ଲୋକକ୍ଷେତ୍ର ନିର୍ମାଣ କଲା। ଭାରତୀୟ ସମ୍ବିଧାନ ସଭ୍ୟତାର କ୍ରମ ପରିଣାମକୁ ଏକ ରାଜନୈତିକ ତଥା ରାଷ୍ଟ୍ରୀୟ ଭୂମିକା ଦେଇପାରିଥାନ୍ତା। ସେତେବେଳର ମହାନ ଚିନ୍ତକମାନେ ଇ˚ଲିଶ୍‌, ଆଇରିଶ୍‌ ବା ଆମେରିକାନ୍‌ ସମ୍ବିଧାନ ଆଡ଼େ ନ ଅନେଇ ନିଜ ଦେଶର ସ˚କଳ୍ପରୁ ନିର୍ମିତ ରାଷ୍ଟ୍ର ପାଇଁ ଏକ ସମ୍ପୂର୍ଣ୍ଣ ଜାତୀୟ ସ˚ହିତା ପ୍ରସ୍ତୁତ କରିପାରିଥାନ୍ତେ। କିନ୍ତୁ ସମୟ ଏଭଳି ଥିଲା ଯେ ଭାରତ, ସେଇ ଔପନିବେଶିକ କାଳର ବିଶ୍ବ ରାଜନୀତିରେ ଏକ ସହଭାଗୀର ଭୂମିକା ନିର୍ବାହ କରିବାରେ ଆଗ୍ରହୀ ଥିଲା ଓ ସେତେବେଳର ବିଦ୍ବାନ ମାନଙ୍କର ଉଦାରବାଦୀ ଶିକ୍ଷା, ବିବିଧ ମଡେଲ୍‌ ମାନଙ୍କର ସାରତତ୍ତ୍ବରୁ ଭାରତୀୟ ସମ୍ବିଧାନ ନିର୍ମାଣର ମାର୍ଗ ପ୍ରସ୍ତୁତ କରିଥିଲା। ଏଥିରେ ଭାରତୀୟଙ୍କ ବହୁଳତାବାଦୀ, ସ˚ସ୍କାରଧର୍ମୀ, ସର୍ବସମନ୍ବୟୀ ଜୀବନ ଦର୍ଶନର ପ୍ରତିଫଳନ ନ ଥିଲା। ତା ସତ୍ତ୍ବେ ସ୍ମରଣରେ ରଖିବାକୁ ହେବ ଯେ କୌଣସି ଭାରତୀୟ ଚିନ୍ତକ ସେତେବେଳେ ଭାରତୀୟ ପରମ୍ପରାର ପରିପନ୍ଥୀ ନ ଥିଲେ। ଭାରତୀୟ ଚିନ୍ତନ ଶୈଳୀ ଦୃଷ୍ଟିରୁ ଭୂତଳଗାମୀ ହୋଇଯାଇଥିଲା, କିନ୍ତୁ ନଷ୍ଟ ହୋଇନଥିଲା। ଏବର ଭାରତୀୟ ରାଜନୀତିରେ ରାଷ୍ଟ୍ରବାଦ, ଭାରତୀୟ ଚିନ୍ତନର ଶୈଳୀ ସହିତ ଭାରତୀୟ ଚିନ୍ତନର ଆଧାର ସ୍ଥାପିତ କରିବାରେ ଆଗ୍ରହୀ ଓ ତତ୍‌ ସହିତ ଦୁର୍ବିପାକରେ ବି ଭ୍ରାତୃତ୍ବ, ସମ୍ବେଦନା ଓ ସହଭାଗିତାର ଆଧାରରେ ବିଶ୍ବକୁ ନେତୃତ୍ବ ଦେବା ପାଇଁ ପ୍ରସ୍ତୁତ। ଗାନ୍ଧୀଙ୍କ ରାଜନୀତି ଥିଲା ଭାରତୀୟ ପରମ୍ପରାର ପୁନରାବିଷ୍କାର ଓ ତାର ପ୍ରାୟୋଗିକ ଉପସ୍ଥାପନା। ଏବର ରାଜନୀତି ସେହି ଦିଗରେ ଅଗ୍ରସର ହେଉଚି। ମୋଦୀ, ଗାନ୍ଧୀ ନୁହନ୍ତି। ଜାଣେ ନାହିଁ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ କି ପ୍ରକାରର ନେତୃ ରୂପ ବିକଶିତ କରିଥାନ୍ତେ। ନିଃସନ୍ଦେହରେ ସେ ଭାରତୀୟତାର ରୂପ ବିକଶିତ କରିଥାନ୍ତେ। ରାଷ୍ଟ୍ରୀୟତା ଓ ସ୍ବନିର୍ଭରଶୀଳତାର ରାଜନୀତି ଆମର ସଭ୍ୟତାର କ୍ରମ ପରିଣାମ, ୟାକୁ ଗାନ୍ଧୀ ସ୍ବୀକାର କରିଥିଲେ, ଏବେ ମୋଦୀ ତା’ର ସ୍ବୀକାର ସ୍ବରୂପ, ଭାରତରେ ରାଜନୈତିକ ଚିନ୍ତନର ଧାରା ବଦଳାଉଚନ୍ତି। ଜନାସ୍ଥା ମିଳିଲେ ସେ ତାଙ୍କର ପରିକଳ୍ପନାକୁ ସିଦ୍ଧ କରି ଦେଖେଇବେ। ମୋଦୀ ନୈରାଶ୍ୟବାଦୀ ନୁହନ୍ତି କି ଯଶପ୍ରାର୍ଥୀ ନୁହନ୍ତି। ଭାରତୀୟ ସ˚ଘୀୟ ଗଣତନ୍ତ୍ରର ରାଜନୀତିରେ ଦୁଇଜଣ ଭଲ ଲୋକ ଏକାଠି ପରସ୍ପରକୁ ସମ୍ମାନ ଦେଇ କାମ କରିବାର ଦୃଷ୍ଟାନ୍ତ ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଳମେଳକୁ ଲକ୍ଷ୍ୟ କରିବେ। ପ୍ରଶ୍ନ ଏଇଠି ଯେ ଏ ସହଯୋଗ ଓ ସମ୍ମାନ କେବଳ ଏକ ରାଜନୈତିକ ରଣକୌଶଳ ନା ଏଥିରେ ଦୁଇ ବ୍ୟକ୍ତି ପରସ୍ପରର ନେତୃତ୍ବକୁ ଆଦର କରିବାର ଓ ସମ୍ମାନ ବଢ଼ାଇବାର ସକାରାତ୍ମକ ସ˚କେତ ଅଛି? ମୋର ଧାରଣା ଯେ ବିଶ୍ବମାରୀ ବିଶ୍ବର ସଭ୍ୟତାଗତ ଓ ମାନବୀୟ ସକାରାତ୍ମକତା ଓ ସୁଗୁଣ ଜାଗ୍ରତ କରିଚି ଓ ଦୁର୍ଗୁଣକୁ ଭୁଲିଯିବା ପାଇଁ ଆମେ ପ୍ରସ୍ତୁତ। କେବଳ ମୋଦୀଜୀ ଓ ନବୀନଜୀ ନୁହନ୍ତି, ବିଶ୍ବର ନେତାଗଣ ଓ ରାଷ୍ଟ୍ରର ନେତାଗଣ ବିଚାରଧାରାର ଅନ୍ଧଦୃଷ୍ଟିରେ ସ˚ସାରକୁ ଓ ସମସ୍ୟାମାନଙ୍କୁ ନ ଦେଖନ୍ତୁ। ଭଲ ଲୋକଙ୍କୁ ଚିହ୍ନିବାର ପ୍ରକ୍ରିୟା ଚୀନରେ ଆଉ ନାହିଁ, କାରଣ ସେଠି ଭଲପଣ ସଭ୍ୟତାର କ୍ରମ ପରିଣାମ ନୁହେଁ, ବର˚ ଏକ ଅନ୍ଧ ବିଚାରାଧାରାର ଅନ୍ଧ ପ୍ରୟୋଗର ପରିଣତି। ଭଲକୁ ଭଲ କହିବା, ସମସ୍ତଙ୍କର ମଙ୍ଗଳ କାମନା କରିବା ଓ ସ୍ବାର୍ଥ-ରହିତ ହୋଇ ସେବା କରିବା ରାଜନୈତିକ ଦର୍ଶନ ନୁହେଁ, ଭାରତୀୟ ସଭ୍ୟତାର ସ˚ସ୍କାର, ଯିଏ ଆଜି ବି ବଞ୍ଚିଚି।

ଗ୍ରେକୋରୋମାନ ସଭ୍ୟତାକୁ ଶିଳ୍ପ ବିପ୍ଳବ ମାରିଦେଲା ଓ ପରମ୍ପରାକୁ ଉଦ୍‌ଘାଟିତ କରିବା ନାମରେ ନବୋନ୍ମେଷ ବା ଏନ୍‌ଲାଇଟେନ୍‌ମେଣ୍ଟ ବା ରେନାଁସାଁ ପରମ୍ପରାର ଭାଷା ବଦଳେଇ ଦେଲା। ତାହା ନ ଘଟିଥିଲେ ବି ଗ୍ରେକୋରୋମାନ ପରମ୍ପରା ସକାରାତ୍ମକ ଭଲ ପଣର ନୁହେଁ ବର˚ ଦାସତ୍ବ ଓ ଜଘନ୍ୟ ରକ୍ତରଞ୍ଜିତ ସାମ୍ରାଜ୍ୟବାଦର। ଆରବ ଭୂଖଣ୍ତରେ ସଭ୍ୟତାର ସ˚ଘର୍ଷ ଏବେବି ଚାଲିଚି। ସ୍ଲାଭମାନଙ୍କ ସଭ୍ୟତା ବିଖଣ୍ତିତ। ଚୀନ୍‌ର ସଭ୍ୟତାର ଆଧାର ଧ୍ବସ୍ତ। କେବଳ ଭାରତ ହିଁ ଏକମାତ୍ର ରାଷ୍ଟ୍ର, ଯାହାର ସଭ୍ୟତାର ଆଧାର ବଞ୍ଚିଚି ଓ ଦୃଢ଼ମୂଳ ହୋଇ ରହିଚି। ସମଗ୍ର ବିଶ୍ବର ଆବେଦନକୁ ଏ ସଭ୍ୟତା ଧରିପାରେ। ଭବିଷ୍ୟତର ବିଶ୍ବନାୟକ ବାହୁବଳୀ ବା ବିତ୍ତବଳୀ ରାଷ୍ଟ୍ର ହେବ ନାହିଁ, ହେବ ଏକ ଚୈତନ୍ୟଶାଳୀ ରାଷ୍ଟ୍ର। ସଭ୍ୟତାର କ୍ରମ ପରିଣାମ ହିଁ ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶକ! ବିଶ୍ବମାରୀ ପ୍ରକୃତିର ତୀବ୍ରତମ ସ˚କେତ!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର