ଚେକ୍‌ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ ଦଣ୍ଡ

ନୂଆଦିଲ୍ଳୀ: ଏକ ଚେକ୍‌ ବାଉନ୍ସ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସର ଦଣ୍ଡ ପାଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ କୋର୍ଟ ଏହି ଦଣ୍ଡ ଘୋଷଣା କରିଛି। ୧୩ ଏପ୍ରିଲରେ ରାଜପାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଜି ରାଜପାଲଙ୍କୁ ୬ ମାସର ଦଣ୍ଡ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଜାମିନ୍‌ ମିଳିଛି।

TellyChakkar

ସୂଚନା ମୁତାବକ , ଅଭିନେତା ରାଜପାଲ ଯାଦବ ଚଳଚ୍ଚିତ୍ର ‘ଅତା ପତା ଲାପତା’ ପାଇଁ ୫ କୋଟି ଟଙ୍କାର ଋଶ ଏକ ଘରୋଇ କମ୍ପାନିଠାରୁ ନେଇଥିଲେ । ରାଜପାଲ ସେହି ଲୋନ୍‌କୁ ଫେରସ୍ତ କରିବା ପାଇଁ ଯେଉଁ ଚେକ୍‌ ଦେଇଥିଲେ ତାହା ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏହି ମାମଲା ସହ ଅନ୍ୟ ୭ଟି ମାମଲାରେ ଦିଲ୍ଳୀର ଏକ ଅଦାଲତ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଏପ୍ରିଲ ୧୩ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲା । ରାଜପାଲ ଏହି ଋଣ ତାଙ୍କ ଚଳଚ୍ଚିତ୍ର ପାଇଁ ଲକ୍ଷ୍ମୀ ନଗରସ୍ଥିତ ମୁରଲୀ ପ୍ରୋଜେକ୍ଟର୍ଟ୍ସ ପ୍ରାଇଭେଟ ଲିମିଟେଡ଼ ଠାରୁ ନେଇଥିଲେ । ଚଳଚ୍ଚିତ୍ର ରିଲିଜ ପରେ ଟଙ୍କା ଫେରସ୍ତ ନେଇ ଦୁଇ ଜଣଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । କିନ୍ତୁ ରାଜପାଲ ଟଙ୍କା ଫେରସ୍ତ ନ କରିବା ସହ କୋର୍ଟର ନୋଟିସରେ ମଧ୍ୟ ଅଦାଲତରେ ହାଜିର ହୋଇ ନ ଥିଲେ । ଏଥିପାଇଁ ବର୍ତ୍ତମାନ ତାଙ୍କୁ ୬ ମାସର ଦଣ୍ଡ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଜାମିନ୍‌ ମିଳିଛି।

ସମ୍ବନ୍ଧିତ ଖବର