ବିବାହର ୨୦ ବର୍ଷ ପରେ ଛାଡ଼ପତ୍ର ପାଇଁ ଆବେଦନ କଲେ ଧନୁଷ-ଐଶ୍ବର୍ଯ୍ୟା

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ନିକଟରେ ଚେନ୍ନାଇ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏହି ଦମ୍ପତିଙ୍କ ନିକଟତର ସୂତ୍ର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ପାରସ୍ପରିକ ସମ୍ମତି ଅନୁଯାୟୀ ସେକ୍ସନ୍ ୧୩ ବି – ଛାଡପତ୍ର ଅନୁଯାୟୀ ସେମାନେ ଆବେଦନ କରିଛନ୍ତି।

ପୂର୍ବରୁ ୨୦୨୨ ମସିହା ଜାନୁଆରେ ଦୁହେଁ ଅଲଗା ହେବାକୁ  ନିଷ୍ପତ୍ତି ନେଇ ଘୋଷଣା କରିଥିଲେ। ସେହି ସମୟରେ ସେମାନଙ୍କର ଏପରି ଘୋଷଣା ସେମାନଙ୍କ ଅନୁଗାମୀମାନଙ୍କ ପାଇଁ ଏକ ବଡ଼ ଧକ୍କା ଦେଇଥିଲା।
ପ୍ରାୟ ଦେଢ଼ ବର୍ଷ ପରେ ଏବେ ଉଭୟ ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ମାମଲାର ଶୁଣାଣି ହେବ। ଦୁହେଁ ଗତ ଦୁଇ ବର୍ଷ ଧରି ଅଲଗା ରହୁଛନ୍ତି। ଏହି ଘୋଷଣା ପରେ, ସେମାନେ ସେମାନଙ୍କର ପୁତ୍ର ଯତ୍ର ଏବଂ ଲିଙ୍ଗଙ୍କ ସ୍କୁଲ ଇଭେଣ୍ଟରେ ନଜର ଆସିଥିଲେ।

୨୦୨୨ ମସିହା ଜାଆନୁଆରି ୧୭ ତାରିଖରେ ଧନୁଷ ତାଙ୍କର ଏକ୍ସ ଆକାଉଣ୍ଟ୍‌ରେ ପୃଥକ ହେବା ନେଇ ଘୋଷଣା କରିଥିଲେ। ବିବାହର ୧୮ ବର୍ଷ ପରେ ଦୁହେଁ ଅଲଗା ହେବା ନିଷ୍ପତ୍ତି ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା।

ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଏକ ସମାନ ପୋଷ୍ଟ ସେୟାର କରିଥିଲେ। ଦୁହେଁ ସେମାନଙ୍କ ଅଲଗା ହେବା ସହିତ ଗୋପନୀୟତା ପାଇଁ ଅନୁରୋଧ କରିଥିଲେ।୨୦୦୪ ମସିହାରେ ଧନୁଷ ଏବଂ ଐଶ୍ବର୍ଯ୍ୟା ବହୁ ଆଡ଼ମ୍ବରରେ ବିବାହ କରିଥିଲେ

ସମ୍ବନ୍ଧିତ ଖବର