କେବିସି କ୍ରେଜ୍ ‘ସାନ୍‌ଦାର ଶୁକ୍ରବାର’

ଟେଲିଭିଜନ୍‌ରେ ପ୍ରସାରିତ ପପୁଲାର ରିୟଲିଟି ସୋ’ ‘କୌନ୍ ବନେଗା କରୋଡପତି’ ସିଜିନ୍-୧୩ରେ ଅଭିନେତା ରିତେଶ ଦେଶମୁଖ ଓ ପତ୍ନୀ ଜେନେଲିଆ ଡି.ସୌଜା ପହଞ୍ଚିଛନ୍ତି। ଏଥିରେ ‘ସାନ୍‌ଦାର ଶୁକ୍ରବାର’ ଶୀର୍ଷକରେ ଏକ ପ୍ରମୋ ମଧ୍ୟ ଦେଖିବାକୁ ମିଳିଛି। ଏହି ସୋ‌’ରେ ସେମାନେ କ୍ୟାନ୍ସର ପୀଡ଼ିତ ପିଲାମାନଙ୍କ ପାଇଁ ଯୋଗ ଦେଇଛନ୍ତି।

ଜେନେଲିଆ ଏହି ପିଲାମାନଙ୍କ ପାଇଁ ବ୍ୟଥିତ ଥିବାର ଭିଡିଓ ପୋଷ୍ଟ କରିଥିବା ବେଳେ ରିତେଶ କହିଛନ୍ତି, ପିଲାମାନେ କର୍କଟ ରୋଗରେ ଆକ୍ରାନ୍ତ ହେଇ କିଭଳି ମାନସିକତାରେ ରହୁଛନ୍ତି ତାହା ଆମେ କେବେ ଭାବୁନାହୁଁ। ରିତେଶ ଓ ଜେନେଲିଆଙ୍କ ଭାବନା ଓ କ୍ରାନ୍ତିକୁ ନେଇ ସୋ’ର ହୋଷ୍ଟ ଅମିତାଭ ବଚ୍ଚନ ସେମାନଙ୍କୁ ତାରିଫ କରିଛନ୍ତି। ଆଉ ଏକ ପ୍ରମୋରେ ରିତେଶ ଅମିତାଭଙ୍କ ଫିଲ୍ମ ‘ସେହେନଶାହ’ର କିଛି ସଂଳାପ କହି ଜେନେଲିଆଙ୍କୁ ଇମ୍ପ୍ରେସ୍ କରିବାକୁ ଚାହିଛନ୍ତି।

‘ସାନ୍‌ଦାର ଶୁକ୍ରବାର’ ଏପିସୋଡ୍‌ରେ ସାଧାରଣତଃ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳେ। ଏହାପୂର୍ବରୁ ଅଭିନେତା ପଙ୍କଜ ତ୍ରିପାଠୀ ଓ ପ୍ରତୀକ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। ଏବେ କେବିସିରେ ସାଧାରଣ ଚେହେରା ଅପେକ୍ଷା ସେଲିବ୍ରିଟିଙ୍କୁ ନେଇ ଅଧିକ ଆକର୍ଷଣୀୟ ହେଇଛି ‘ସାନ୍‌ଦାର ଶୁକ୍ରବାର’।

ସମ୍ବନ୍ଧିତ ଖବର