ପତ୍ନୀ ପ୍ରେମୀ ରଣବୀର

ଟେଲି ରିୟଲିଟି ସୋ’ ‘ବିଗ୍ ପିକଚର’ରେ ଯୋଗଦେଇ ରଣବୀର ସିଂହ ପତ୍ନୀ ଦୀପିକାଙ୍କୁ ଏତେ ମାତ୍ରାରେ ବାହା ବା ଦେଇଛନ୍ତି ଯେ ତାହା ଅନ୍ୟମ‌ାନଙ୍କ ପ‌ାଇଁ ଈର୍ଷାର କାରଣ ହେଇଛି। ରଣବୀର କହିଛନ୍ତି, ଦୀପିକା ମୋ ଅଭିନୟକୁ ଯେତିକି ପରିହାସ କରନ୍ତି, ମୋର ସେତିକି ଅଗ୍ରଗତି ହୁଏ, ତେଣୁ ମୁଁ ତାଙ୍କ ପାଖରେ ଋଣୀ। ରଣବୀର ଟିଭି ସୋ’କୁ ଯିବାବେଳେ ଦୀପିକା ତାଙ୍କୁ କିଛି ଇନପୁଟ୍ ଦେଲେ। ରଣବୀର ଅନୁଭବ କଲେ ଯେ ଦୀପିକା ତାଙ୍କୁ ସାଧାରଣ ଜ୍ଞାନ ବିଷୟରେ ଭଲ ବୁଦ୍ଧି ‌ଦେଲେ ଯାହା ତାଙ୍କୁ ଆହୁରି ସ୍ମାର୍ଟ ଓ ସଚେତନ କରିଦେଲା।

ଅଭିନୟ କରିବା ସିନା ସହଜ, କିନ୍ତୁ ଲାଇଭ୍ ସୋ’ରେ ନିଜର ଜ୍ଞାନ ପ୍ରୟୋଗ କରିବା ଏତେ ସହଜ ନୁହେଁ, ଦୀପିକାଙ୍କ ପରି ବିଚକ୍ଷଣ ବୁଦ୍ଧିସମ୍ପନ୍ନ ଲାଇଫ୍ ପାର୍ଟନର ଭାଗ୍ୟରେ ଥିଲେ ମିଳେ ବୋଲି ରଣବୀର କହିଛନ୍ତି। ତାଙ୍କ ଭଲ ପାଇବା ମଧ୍ୟ ମୋତେ ଆଗକୁ ଯିବାରେ ଯଥେଷ୍ଟ ସହାୟ ହେଉଛି ବୋଲି ରଣବୀର ସ୍ବୀକାର କରିଛନ୍ତି। କବୀର ଖାନଙ୍କ ‘୮୩’ ଏବଂ ରୋହିତ ସେଟ୍ଟୀଙ୍କ ‘ସୂର୍ଯ୍ୟବଂଶୀ’ରେ ରଣବୀର ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହା ବ୍ୟତୀତ ଦିବାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶିତ ‘ଜୟେଶଭାଇ ଜୋରଦାର’ରେ ରଣବୀର ମୁଖ୍ୟ ଭୂମିକାରେ ଆସୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର