‌ନିର୍ବନ୍ଧ ଶେଷ ହେବାପରେ ଭାଇରାଲ ହେଲା ପରିଣୀତି ଓ ରାଘବଙ୍କ ଲିପ-ଲକ ଚୁମ୍ବନ ଭିଡ଼ିଓ

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଗତଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇ ଯାଇଛି। କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ହୋଇଥିବା ରାଘବ ଓ ପରିଣୀତିଙ୍କ  ନିର୍ବନ୍ଧର ଅନେକ ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।

ଏହି କ୍ରମରେ ରାଘବ ଓ ପରିଣୀତିଙ୍କ ଲିପ-ଲକ ଚୁମ୍ବନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ରାଘବ ଓ ପରିଣୀତିଙ୍କ ପ୍ରଶଂସକମାନେ ବେଶ ପସନ୍ଦ ବି କରୁଛନ୍ତି।

କେବଳ ଏତିକି ନୁହେଁ, ନିର୍ବନ୍ଧ ସମୟରେ ଦୁହେଁ କେକ କାଟୁଥିବା  ସହିତ ଉଭୟଙ୍କୁ କେ‌କ ଖୁଆଉ ଥିବ‌ା ବି  ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏଥିସହିତ ପରିଣୀତି ରାଘବଙ୍କୁ ଧରି ଖୁବ ଖୁସିରେ ନାଚୁଥିବା ନଜର ଆସୁଛନ୍ତି। ତେ‌ବେ କୁହାଯାଉଛି କି ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଏନେଇ କୌଣସି ତାରିଖ ସ୍ଥିର ହୋଇନାହିଁ।

ତେବେ ରାଘବ ଓ ପରିଣୀତିଙ୍କ ‌ଯୋଡ଼ିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଥିବା ବେଳେ ଦୁହିଁଙ୍କ ନିର୍ବନ୍ଧ ଶେଷ ହେବା ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏଥିସହିତ ‌ରାଘବ ଓ ପରିଣୀତିଙ୍କ ବିବାହକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର