ପ୍ରେମ କରିବା ପାଇଁ ସମୟ ନାହିଁ‌; ଶେହନାଜଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ଉପରେ ରାଘବଙ୍କ ବୟାନ

ମୁମ୍ବାଇ: ମୋ ପାଖରେ ପ୍ରେମ କରିବା ପାଇଁ ସମୟ ନାହିଁ। ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ନୃତ୍ୟଶିଳ୍ପୀ, ଉପସ୍ଥାପକ ଓ ଅଭିନେତା ରାଘପ ଜୁୟଲ। ଦୁହେଁ କିସି କା ଭାଇ କିସି କି ଜାନରେ କାମ କରୁଛନ୍ତି। ପ୍ରଥମ ଥର ପାଇଁ ଦୁହେଁ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ତେବେ ଫିଲ୍ମର ସୁଟିଂ ଆରମ୍ଭ ହେବା ପରଠାରୁ ରାଘବଙ୍କ ନାଁ ଶେହନାଜଙ୍କ ସହ ଯୋଡ଼ା ଯାଉଛି।

ଏବେ ଏହା ଉପରେ ପ୍ରତିକ୍ରିୟା ରଖି ରାଘବ କହିଛନ୍ତି, “ମୁଁ ଜାଣେ ନାହିଁ ସତରେ ଏଭଳି ଚର୍ଚ୍ଚା ହେଉଛି କି ନାହିଁ। କାରଣ ଏପରି ଗୁଜବ ମୋ ପାଖରେ ପହଞ୍ଚେ ନାହିଁ। ମୁଁ ନିଜେ ନ ଦେଖିବା କିମ୍ବା ନ ଶୁଣିବା ପର୍ଯ୍ୟନ୍ତ ଏଥିରେ ବିଶ୍ବାସ କରିବି ନାହିଁ। ମୁଁ ଫିଲ୍ମ ପାଇଁ ଆସିଛି ଏବଂ ଚାହୁଛି ଯେ ଲୋକେ ମୋତେ ଜଣେ ଅଭିନେତା ଭାବରେ, ନୃତ୍ୟଶିଳ୍ପୀ ଭାବରେ, ଉପସ୍ଥାପକ ଭାବରେ ଦେଖନ୍ତୁ। ମୋ କାମ କଥା କହୁ। ଆଉ ମୁଁ କିଛି ଚାହେ ନାହିଁ ଏବଂ ପ୍ରେମ କରିବାକୁ ମୋ ପାଖରେ ସମୟ ନାହିଁ। ଏବେ ମୁଁ କାମରେ ବହୁତ ବ୍ୟସ୍ତ ଏବଂ ଏଭଳି କାମ କରିବାକୁ ଚାହେ।

ସମ୍ବନ୍ଧିତ ଖବର