କୋଲକାତାରେ ହେବାକୁ ଥିବା ସଲମାନଙ୍କ ‘ଦ-ବଙ୍ଗ’ ଇଭେଣ୍ଟର ଟିକେଟ ମୂଲ୍ୟ ୩ଲକ୍ଷ !

କୋଲକାତା: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଇଭେଣ୍ଟର ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି କୋଲକାତା। ବଲିଉଡର ସବୁଠୁ ବଡ ନୃତ୍ୟ ଏବଂ ମ୍ୟୁଜିକାଲ୍ ସୋ ‘ଦ-ବଙ୍ଗ’ ଆସନ୍ତା ୧୩ତାରିଖ ଦିନ କୋଲକାତାର ଐତିହାସିକ ଇଷ୍ଟ ବେଙ୍ଗଲ କ୍ଲବରେ ଆରମ୍ଭ ହେବ। ସଲମାନଙ୍କ କୋଟି କୋଟି ପ୍ରଶଂସକ ରହିଥିବା ବେଳେ ଏହି ସୋ’କୁ ନେଇ ପଶ୍ଚିମବଙ୍ଗରେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳିଛି। ଏମଧ୍ୟରେ ସଲମାନଙ୍କ ଏହି ଇଭେଣ୍ଟର ଟିକେଟ ମୂଲ୍ୟ ସାମ୍ନାକୁ ଆସିଛି। ଟିକେଟର ମୂଲ୍ୟ ​୬୯୯ରୁ ଆରମ୍ଭ ହୋଇ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ସାମ୍ନାକୁ ଆସିଛି। ଲାଉଞ୍ଜରେ ବସି ଇଭେଣ୍ଟ ଦେଖିବାକୁ ଚାହୁଥି‌ଲେ ଲୋକଙ୍କୁ ପ୍ରାୟ ୨-୩ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ଜଣାପଡ଼ିଛି।

ମେ’ ୧୩ ଶନିବାର ଦିନ କୋରିଓଗ୍ରାଫର ପ୍ରଭୁଦେବା, ସୋନାକ୍ଷୀ ସିହ୍ନା, ପୂଜା ହେଗଡେ, ଗୁରୁ ରନ୍ଧାୱା, ଜାକଲିନ୍ ଫର୍ଣ୍ଣାଣ୍ଡିଜ୍, ମନୀଷ ପଲଙ୍କ ପରି ବଲିଉଡ ତାରକାମାନେ ବଲିଉଡର ଭାଇଜାନଙ୍କ ସହିତ ନୃତ୍ୟୁ ପ୍ରଦର୍ଶନ କରିବେ। ସଲମାନ ଖାନ କୋଲକାତାରେ ଡେବ୍ୟୁ ସୋ’ କରିବା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ମୁଖପାତ୍ର ତଥା ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ ଏହି ବିଷୟରେ ଟୁଇଟ୍ କରି ଲେଖିଛନ୍ତି ଯେ, ୧୩/୫/୨୩ ଦିନ ଅଭିନେତା ସଲମାନ ଖାନ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯିବେ। ଏହା ପରେ ସେ ଇଷ୍ଟ ବେଙ୍ଗଲ କ୍ଲବରେ ଏକ ମେଗା ସୋ’ରେ ନୃତ୍ୟୁ ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର