ତେଲୁଗୁ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା : ରାଣା ଦଗ୍ଗୁବତୀଙ୍କ ଭାଇ ଅଭିରାମ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ଶ୍ରୀ

ନୂଆଦିଲ୍ଲୀ : ଟଲିଉଡ୍‍ ଅଭିନେତ୍ରୀ ଶ୍ରୀ ରେଡ୍ଡି ଗତ ଶନିବାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲୁଥିବା କାଷ୍ଟିଙ୍ଗ କାଉଚ୍‌କୁ ନେଇ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ସହ କରାଯାଇଥିବା ଦୁଷ୍କର୍ମର ପ୍ରତିବାଦ କରିବାକୁ ଯାଇ ସେ ହାଇଦ୍ରାବାଦ୍‌ସ୍ଥିତ ତେଲୁଗୁ ଫିଲ୍ମ ଚାମ୍ବର ଅଫ୍‌ କମର୍ସ କାର୍ଯ୍ୟାଳୟ ସାମ୍ନାରେ ନଗ୍ନ ହୋଇଥିଲେ । ତାଙ୍କର ଏଭଳି ଅବସ୍ଥା ପାଇଁ ପ୍ରଯୋଜକ ସୁରେଶ ବାବୁଙ୍କ ପୁଅ ଦାୟୀ ବୋଲି ଆରୋପ ଲଗାଇବା ସହ ସେ ନ୍ୟାୟ ପାଇଁ କାର୍ଯ୍ୟାଳୟ ସାମ୍ନାରେ ବସି ରହିଥିଲେ । ଶ୍ରୀ ରେଡ୍ଡିଙ୍କ ଏହି ପ୍ରତିବାଦ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୁରେଶ ବାବୁଙ୍କ ଦୁଇ ପୁଅ ମଧ୍ୟରୁ ଅଭିଯୁକ୍ତ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା ।
ପ୍ରତିବାଦ କରିବା ପରେ ପରେ ସେ ପ୍ରକୃତ ଅଭିଯୁକ୍ତ କିଏ କହି ନ ଥିବା ବେଳେ କିଛି ଘଣ୍ଟା ତଳେ ସେ ଏକ ତେଲୁଗୁ ନିଉଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ଅଭିଯୁକ୍ତର ନାମ ଘୋଷଣା କରିଥିବା ଜଣାପଡ଼ିଛିି । ଅଭିଯୁକ୍ତ ଜଣଙ୍କ ପ୍ରଯୋଜକ ସୁରେଶ ବାବୁଙ୍କ ପୁଅ ଅଭିରାମ ଦଗ୍ଗୁବତୀ ବୋଲି ସେ କହିଛନ୍ତି । ସୁରେଶ ବାବୁଙ୍କୁ ଦୁଇ ପୁଅ ରାଣା ଦଗ୍ଗୁବତୀ ଏବଂ ଅଭିରାମ ଦଗ୍ଗୁବତୀଙ୍କ ମଧ୍ୟରୁ କିଏ ଶ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଥିବା ବେଳେ ଶ୍ରୀ ସମସ୍ତଙ୍କ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ଏହି ସାକ୍ଷାତକାରରେ ସେ ନିଜର ଏବଂ ଅଭିରାମଙ୍କ ଫଟୋ ମଧ୍ୟ ସମସ୍ତଙ୍କୁ ଦେଖାଇଥିଲେ, ଯାହା ସେ ନିଜ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ସେୟାର କରିଥିବା ଜଣାପଡ଼ିଛି ।

ଶ୍ରୀ ନିଜର ଏପରି ଅବସ୍ଥା ପାଇଁ ନିଉଜ୍‌ ଚ୍ୟାନେଲରେ ସର୍ବସମ୍ମୁଖରେ ଅଭିରାମଙ୍କୁ ଦାୟୀ କରିବା ସହ ସମସ୍ତେ ମୋତେ ପ୍ରମାଣ ମାଗୁଥିଲେ । ଏବେ ସମସ୍ତଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ମିଳି ଯାଇଥିବ । ପ୍ରଥମେ ମୁଁ ଅଭିରାମଙ୍କ ନାଁ ନେବାକୁ ଚାହୁଁ ନଥିଲି । କିନ୍ତୁ ଏବେ ମୁଁ ସମସ୍ତଙ୍କୁ ଜଣାଉଛି କି ସେ ମୋ ସହ ତାଙ୍କ ଷ୍ଟୁଡ଼ିଓ ମଧ୍ୟରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଯାହା ଏହି ଫଟୋରୁ ଆପଣମାନେ ଜାଣି ପାରୁଥିବେ । ଏମାନଙ୍କ ପାଇଁ କିଛି କରିବାର ଆଶା ରଖି ଆସିଥିବା ଝିଅମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଥିଲେ ।

ପୂର୍ବରୁ ଶ୍ରୀ ବଡ଼ ବଡ଼ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ପାଇଁ ଷ୍ଟୁଡ଼ିଓ ଏକ ବେଶ୍ୟାଳୟ ପାଲଟିଛି ବୋଲି କହିବା ସହ ଷ୍ଟୁଡ଼ିଓ ଏକ ନିରାପଦ ରେଡ଼୍‍ ଲାଇଟ୍‌ ଏରିଆ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର