ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରିଲେ ଯବାନ

ମାଲକାନଗିରି: ଛତିଶଗଡର ସୁକୁମା ଜିଲ୍ଲା ତୋଙ୍ଗପାଲ ଥାନା ଅଞ୍ଚଳରେ ଥିବା ୨୨୭ ସିଆରପିଏଫ୍ ବାହିନୀର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଯବାନ ଜଣକ ହେଲେ ମାନପୁର ଅଞ୍ଚଳର ଗୋକରଣ (୩୨)।

ସୂଚନା ଅନୁଯାୟୀ, ଶନିବାର ସକାଳ ସାଢ଼େ ୭ଟା ବେଳେ ଯବାନ ଗୋକରଣ ଗାର୍ଡ ରୁମ ଠାରେ ଡ୍ୟୁଟିରେ ଥିଲେ। ସେହି ସମୟରେ ଧରିଥିବା ବନ୍ଧୁକ ଦ୍ବାର ନିଜକୁ ଗୁଳି କରି ଦେଇଥିଲେ। ଶବ୍ଦ ଶୁଣି ଯବାନମାନେ ଦୌଡି ଆସିବା ବେଳକୁ ଗୋକରଣ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ସହଯୋଗୀମାନେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଆତ୍ମହତ୍ୟା ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର