ରାଣୀ ଏଲିଜାବେଥ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ବାଇଡେନ୍‌ କହିଲେ, ରାଣୀ ତାଙ୍କୁ ମାଆଙ୍କ କଥା ମନେପକାଇ ଦେଇଛନ୍ତି

ଲଣ୍ଡନ୍‌: ରାଣୀ ଦ୍ବିତୀୟ ଏଲିଜାବେଥ୍‌ ତାଙ୍କୁ ତାଙ୍କ ମାଆଙ୍କ କଥା ସ୍ମରଣ କରାଇ ଦେଇଛନ୍ତି ବୋଲି ରବିବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିବା କଥା ଏକ ଗଣମାଧ୍ୟମ ରିପୋର୍ଟ କରିଛି।

ବକିଙ୍ଗ୍‌ହାମ୍‌ ପ୍ରାସାଦ ଅଭିମୁଖେ ଯିବା ଆଗରୁ ଆମେରିକାର ରାଷ୍ଟ୍ରପତି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ବୋଲି ‘ବିବିସି’ ରିପୋର୍ଟ କରିଛି। ବକିଙ୍ଗ୍‌ହାମ୍‌ ପାଲେସ୍‌ରେ ରା‌ଷ୍ଟ୍ରପତି ବାଇଡେନ୍‌ ଓ ଫାଷ୍ଟ୍‌ଲେଡି ଜିଲ୍‌ ବାଇଡେନ୍‌ ବିଶ୍ବ ନେତୃବୃନ୍ଦ ଓ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ଗହଣରେ ରାଜା ତୃତୀୟ ଚାର୍ଲସ୍‌ ଆୟୋଜନ କରିଥିବା ଅଭ୍ୟର୍ଥନାରେ ଯୋଗ ଦେଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ବାଇଡେନ୍‌ କହିଛନ୍ତି, ରାଣୀଙ୍କ ହାବଭାବରୁ ଜଣାପଡୁ ଥିଲା ସତେଅବା ସେ ପଚାରୁଛନ୍ତି, ତୁମେ ଭଲ ଅଛ ତ? ତୁମ ପାଇଁ କିଛି କରିପାରେ କି? ତୁମର କିଛି ଦରକାର ଅଛି କି? ତୁମର ଯାହା କରିବା କଥା ତାହା କରିଛ ବୋଲି ଯେମିତି ସୁନିଶ୍ଚିତ ହୁଅ । ରାଣୀଙ୍କ ହାବଭାବ ମୋତେ ମୋ ମାଆଙ୍କ କଥା ମନେପକାଇ ଦିଏ।

ସସମ୍ମାନ ଜନସାଧରଣଙ୍କର ଚର୍ଚ୍ଚା କରାଯିବା ବିଷୟରେ ରାଣୀ ଜଣାଇ ଦେବାକୁ ଚାହୁଁଥିଲେ ବୋଲି ବାଇଡେନ୍‌ କହିଛନ୍ତି।

ପୂର୍ବରୁ ରାଣୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ବେଳେ ବାଇଡେନ୍‌ ତାଙ୍କୁ ଭଦ୍ରା ଏବଂ ସମ୍ମାନନୀୟା ବୋଲି କହିଥିଲେ।

ରାଣୀଙ୍କ ଉଦ୍ଦେଶ୍ୟରେ ଥିବା ଔପଚାରିକ ଶୋକପୁସ୍ତକରେ ସ୍ବାକ୍ଷର କରିସାରିବା ପରେ ଲାନ୍‌କେଷ୍ଟର୍‌ ହାଉସ୍‌ରେ ଉଦ୍‌ବୋଧନ ଦେବା ବେଳେ ବାଇଡେନ୍‌ କହିଥିଲେ ଯେ, ତାଙ୍କ ଦେଶ ଇଂଲଣ୍ଡ୍‌ ସମସ୍ତ ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଉଛି।

ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି, ସିଂହାସନରେ ତାଙ୍କୁ ୭୦ ବର୍ଷକାଳ ପାଇଥିବାରୁ ଆପଣମାନେ ଭାଗ୍ୟବାନ, ଆମେ ସମସ୍ତେ ବି। ସେ ବିଶ୍ବବାସୀଙ୍କର ଉନ୍ନତି କରିଥିଲେ।

ସମ୍ବନ୍ଧିତ ଖବର