ବୁଲନ୍ଦସର୍‌ ହିଂସା:ମୁଖ୍ୟ ଅଭିଯୁକ୍ତ ଘରୁ ମିଳିଲା ନିହତ ପୁଲିସ ଅଧିକାରୀଙ୍କ ଫୋନ୍‌

ଲକ୍ଷ୍ନୌ : ବୁଲନ୍ଦସର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୋବାଇଲ୍‌ ଫୋନ୍‌ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ନଟ୍ଟର ବାସଭବନରୁ ମିଳିଥିବ‌େ ୟୂପି ପୁଲିସ ସୁତ୍ରରୁ ଜଣାଯାଇଛି। ଅନ୍ୟପକ୍ଷରେ ଇନ୍ସପେକ୍ଟରଙ୍କ ବନ୍ଧୁକ ଉଦ୍ଧାର କରିବାରେ ପୁଲିସ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ। ଅଭିଯୁକ୍ତ ପ୍ର‌ଶାନ୍ତ ନଟ୍ଟକୁ ଗତ ଡିସେମ୍ବର ୨୭ରେ ଗିରଫ କରାଯାଇଥିଲା। ଏହି ମାମଲାରେ ୟୁପି ପୁଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ବଳରେ ମାମଲା ରୁଜୁ କରିଛି ଏବଂ ମୋଟ ୩୫ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର