ସତ୍ୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ପାଇଁ ଏଲ୍‌ଜିଙ୍କ ଅନୁମତି ମାଗିଲା ସିବିଆଇ

ନୂଆଦିଲ୍ଲୀ: ଜେଲରେ ଆରାମଦାୟକ ଜୀବନ ଯାପନ କରିବା ବଦଳରେ ଠକ ସୁକେଶ ଚନ୍ଦ୍ରଶେଖର ସମେତ ବହୁ ଚର୍ଚ୍ଚିତ କଏଦୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ଅଭିଯୋଗରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ପୂର୍ବତନ ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସରକାରଙ୍କଠାରୁ ଅନୁମତି ମାଗିଛି। ଶ୍ରୀ ଜୈନ ଏବଂ ଜେଲ ଅଧିକାରୀ ରାଜ କୁମାରଙ୍କ ବିରୋଧରେ ଅନୁମୋଦନ ପାଇଁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନିକଟକୁ ଅନୁରୋଧ ପଠାଯାଇଥିବା ବେଳେ ଶ୍ରୀ ଗୋୟଲ ଏବଂ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମୁକେଶ ପ୍ରସାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଲାଗି ଗୃହ ମନ୍ତ୍ରାଳୟକୁ ଅନୁରୋଧ ପଠାଯାଇଛି।

ଆମ୍ ଆଦମୀ ପାର୍ଟି ଏକ ବିବୃତ୍ତିରେ ସିବିଆଇର ଏହି ପଦକ୍ଷେପକୁ ଆଇନର ଉପହାସ ଛଡ଼ା ଆଉ କିଛି ନୁହେଁ ବୋଲି କହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ କହିଛି, ଜୈନ ଏବଂ ସୁକେଶ ଚନ୍ଦ୍ରଶେଖର କିମ୍ବା ତାଙ୍କ କୌଣସି ସହଯୋଗୀଙ୍କ ମଧ୍ୟରେ କୌଣସି ଅର୍ଥ କାରବାର ତ ଦୂରର କଥା ଆପ୍ କୌଣସି ସମ୍ପର୍କ, ଯୋଗାଯୋଗକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରୁଛି। କେବଳ ଠକ ସୁକେଶର ବୟାନ ଆଧାରରେ ସତ୍ୟେନ୍ଦ୍ର ଜୈନ ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇ ଉପରାଜ୍ୟପାଳଙ୍କ ଅନୁମତି ମାଗିଛି ବୋଲି ଆପ୍ କହିଛି।

ସମ୍ବନ୍ଧିତ ଖବର