ନେହରୁଙ୍କ ୫୯ତମ ଶ୍ରାଦ୍ଧବାର୍ଷିକୀରେ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୫୯ତମ ଶ୍ରାଦ୍ଧବାର୍ଷିକୀରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ନେହରୁଙ୍କୁ ଆଧୁନିକ ଭାରତର ରୂପକାର କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଅବଦାନ ବ୍ୟତିରେକେ ଏକବିଂଶ ଶତାବ୍ଦୀର ଆଧୁନିକ ଭାରତର କଳ୍ପନା କରାଯାଇ ପାରି ନ ଥାନ୍ତା।

ଖଡ଼ଗେ ଓ ରାହୁଲ ଗାନ୍ଧି ଶାନ୍ତିବନସ୍ଥିତ ନେହରୁଙ୍କ ସ୍ମୃତିସ୍ଥଳରେ ପହଞ୍ଚି ପୁଷ୍ପଗୁଚ୍ଛ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ ଓ ପବନ ବଂଶଲଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ଥିଲେ। ୧୮୮୯ରେ ଜନ୍ମିତ ନେହରୁ ଦେଶ ସ୍ବାଧୀନତା ପରେ ୧୯୪୭ ଅଗଷ୍ଟ ମାସରୁ ୧୯୬୪ ମେ ୨୭ ତାରିଖରେ ମୃତ୍ୟୁ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର