ଗୁଜୁରାଟରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ମହାରାଷ୍ଟ୍ରରେ ତାଣ୍ଡବ ରଚିଲା ସାମୁଦ୍ରିକ ବାତ୍ୟା ତୌତେ, ୬ଜଣଙ୍କ ମୃତ୍ୟୁ

ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଅହମ୍ମଦାବାଦ ବିମାନ ବନ୍ଦର ବନ୍ଦ

ମୁମ୍ବାଇ: ଆଉ କେଇ ଘଣ୍ଟା ମଧ୍ୟରେ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ତୌତେ | ଗୁଜୁରାଟରେ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିସାରିଥିବା ବେଳେ ଅହମ୍ମଦାବାଦରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି | ସାମୁଦ୍ରିକ ବାତ୍ୟା ତୌତେ ଏବେ ମୁମ୍ବାଇ ଅତିକ୍ରମ କରି ଦିଉ ଆଡକୁ ଗତି କରୁଛି | କିଛି ସମୟ ପରେ ସାମୁଦ୍ରିକ ବାତ୍ୟା ତୌତେ ଗୁଜୁରାଟରେ ପହଞ୍ଚିବ | ଭାରତ ପାଣିପାଗ ବିଭାଗ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେବା ପରେ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।

Cyclone Tauktae Live Tracking: Weather Forecast Today Live News, Tropical Cyclone  Tauktae Location Live, Severe Rainfall Alert in Maharashtra, Keralam  Gujarat, Odisha Live Coverage updating | The Financial Express
The Financial Express

ଏହା ସହ ଭାରତୀୟ ସେନା ୟୁନିଟ୍ ଏବଂ ଉଦ୍ଧାରକାରୀ ଦଳ ଯୋଗାଯୋଗର ଉପାଦାନ, ଇଞ୍ଜିନିୟର୍ ଟାସ୍କଫୋର୍ସ ସହିତ ରିଲିଫ୍ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି | ସାମୁଦ୍ରିକ ବାତ୍ୟା ତୌତେ ଏବେ ମୁମ୍ବାଇ ଅତିକ୍ରମ କରିସାରିଥିଲେ ମଧ୍ୟ ୬ଜଣଙ୍କ ଜୀବନ ନେଇଥିବା ଜଣାପଡିଛି | ଏହା ସହ ୯ଜଣ ଆହତ ହୋଇଛନ୍ତି | ମୁମ୍ବାଇ ବିମାନବନ୍ଦର ଆଜି ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଲ୍ୟାଣ୍ଡଫଲକୁ ନଜରରେ ରଖି ଆଜି ସନ୍ଧ୍ୟା ୮ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଅହମ୍ମଦାବାଦ ବିମାନ ବନ୍ଦର ବନ୍ଦ ରଖାଯାଇଛି |

ସମ୍ବନ୍ଧିତ ଖବର