କଚୌଡି ଦୋକାନରେ ପଶିଲା ମର୍ସେଡିଜ୍ କାର୍, ତଳେ ଚାପି ହୋଇଗଲେ ୫ଜଣ ଗ୍ରାହକ

ନୂଆଦିଲ୍ଲୀ: କଚୌଡି ଦୋକାନରେ ପଶିଲା ମର୍ସେଡିଜ୍ କାର୍। ଦିଲ୍ଲୀର ସିଭିଲ୍ ଲାଇନ୍ ପୁଲିସ୍ ଷ୍ଟେସନ ଅଧୀନରେ ଥିବ‌ା ଏକ ଲୋକପ୍ରିୟ କଚୌଡି ଦୋକାନରେ ଦ୍ରୁତ ଗତିରେ ଆସୁଥିବା ମର୍ସିଡିଜ୍ କାର୍ ପଶିଯାଇଥିବା ଜଣାପଡ଼ିଛି। କିଛି ଲୋକ ସେଠାରେ କଚୌଡି ଖାଇବାକୁ ବସିଥିବା ବେଳେ ଏ‌ହି ଘଟଣା ଘଟିଥିଲା, ଯାହା ଫଳରେ ୫ଜଣ ଲୋକ ଗାଡ଼ି ତଳେ ଚାପି ହୋଇଯାଇଥିଲେ।  କାରର ଚାଳକଙ୍କ ନାମ ପରାଗ ମୈନୀ ଓ ସେ ଜଣେ ଓକିଲ ବୋଲି ଜଣାପଡ଼ିଥିବା ବେ‌ଳେ ସେ ନୋଏଡା ସେକ୍ଟର -୭୯ ରେ ରୁହନ୍ତି ବୋଲି ଜଣାଯାଇଛି।

ପୁଲିସର କହିବା ମୁତାବକ, ମାର୍ଚ୍ଚ ୩୧ରେ ଏହି ଘଟଣା ବିଷୟରେ ସୂଚନା ଗ୍ରହଣ କରାଯାଇଥିଲା। ଘଟଣାର ଏକ ଭିଡିଓ ମଧ୍ୟ ଆମ ହାତରେ ଲାଗିଛି, ଯେଉଁଥିରେ ହଠାତ୍ କାରଟି କିପରି ଦୋକାନରେ ପ୍ରବେଶ କରୁଛି ତାହା ଦେଖିବାକୁ ମିଳୁଛି।

Fateh Kachori News: Delhi: 6 Injured After Noida Lawyer's Speeding SUV Crashes Into Famous Fateh Kachori Shop | VIDEO | Delhi News - Times Now

ସୂଚନାନୁସାରେ, ଦୁର୍ଘଟଣାରେ ଆହତ ୫ଜଣଙ୍କୁ ତୀର୍ଥ ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ନେଇ ଅଭିଯୋଗ ହେବା ପରେ ପରାଗଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରାଯାଇଛି। ଦୁର୍ଘଟଣା‌ ହେବା ସମୟରେ ପରାଗ ନିଶାଗ୍ରସ୍ତ ନଥାଇ ବି କିଭଳି ଦୁର୍ଘଟଣା ଘଟିଲା, ତାହାର ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧିତ ଖବର