କରୋନା ନେଗେଟିଭ ଆସିଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାବ୍ ନମୁନା ପରୀକ୍ଷା ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା | ଆଜି ସକାଳେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ନିଆ ଯାଇଥିବା ବେଳେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି | ରବିବାରଠାରୁ ଜ୍ୱର ସହିତ ତାଙ୍କର ଗଳାରେ ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଖବର ମିଳିଥିଲା | ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ସେ ଆଶ୍ବସ୍ତ ହୋଇଛନ୍ତି | ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କରୋନା ସଂକ୍ରମଣ କାୟ‌ା ମେଲାଇବା ଆରମ୍ଭ କରିଛି। ବହୁ ସଂଖ୍ୟାରେ ଶୀର୍ଷସ୍ତରୀୟ ଅଧିକାରୀ କରେନା ସଂକ୍ରମିତ ହେବା ସୂଚନା ମିଳିଛି।

Delhi CM Arvind Kejriwal undergoes COVID-19 test - Moneycontrol.com
Moneycontrol

ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ରବିବାରଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଥିଲେ ଏବଂ ନିଜକୁ ସଙ୍ଗରୋଧରେ ରଖିଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ସନ୍ଧ୍ୟାରେ ଏକ ଅନଲାଇନ୍ ବୈଠକରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। କରୋନାଭାଇରସ ସଙ୍କଟ ସମୟରେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ କେବଳ ଦିଲ୍ଲୀବାସୀଙ୍କ ପାଇଁ  ବ୍ୟବହାର କରିବାକୁ କେଜ୍ରିୱାଲ  ଘୋଷଣା କରିଥିଲେ। ଏହା ପରେ ଶରୀରରେ କରୋନା ଲକ୍ଷଣ ଦେଖାଯିବାରୁ ସେ ନିଜକୁ ସଙ୍ଗରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। |ତେବେ ଆଜି ରାତି କିମ୍ବା ବୁଧବାର ସକାଳେ ତାଙ୍କ କୋଭିଡ-୧୯ ରିପୋର୍ଟ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ହିଁ ରିପୋର୍ଟ ସାମ୍ନାକୁ ଆସିଛି |

ସମ୍ବନ୍ଧିତ ଖବର