ହିମାଚଳର ଚମ୍ବାରେ ୫.୩ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବାରେ ଗୁରୁବାର ସନ୍ଧ୍ୟାରେ ୫.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।  ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ରାତି ପ୍ରାୟ ସାଢ଼େ ୯ଟାବେଳେ ଚମ୍ବାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନହାନୀର ଖବର ହସ୍ତଗତ ହୋଇନାହିଁ ।

ହିମାଳୟ ଅଞ୍ଚଳଭାରତରେ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ । ଗତ ଏପ୍ରିଲ ୧ରେ ହିମାଚଳ ପ୍ରଦେଶର ଲାହୋଲ ଓ ସ୍ପିତିର କିଛି ସ୍ଥାନରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।

ଗତ କାଲି ତାଇଓ୍ବାନରେ ୭.୫ ତୀବ୍ରତାର ଏକ ବଡ଼ ଭୂମିକମ୍ପ ଆସିଥିଲା । ତାଇଓ୍ବାନରେ ଏହା ବିଗତ ୨୫ ବର୍ଷରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଇଛି । ଏହାର ପ୍ରଭାବରେ ତାଇଓ୍ବାନର ଅନେକ ଆପାର୍ଟମେଣ୍ଟ, ଘର ଆଦି ଭାଙ୍ଗିଯାଇଥିଲା । ଏହାର କମ୍ପନ ଚୀନ ଓ ଜାପାନରେ ବି ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ସୁନାମୀ ସତର୍କତା ଜାରି କରାଯାଇଥିଲା ।

ସମ୍ବନ୍ଧିତ ଖବର