ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା: ଏୟାରଲାଇନ୍‌ସ କାର୍ଯ୍ୟ ସମ୍ବନ୍ଧରେ ହସ୍ତକ୍ଷେପ କରନ୍ତିନି ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିକାଶ ପାଇଁ ଅନୁକୂଳ ବାତାବରଣ ପ୍ରଦାନ କରିଥାନ୍ତି, କିନ୍ତୁ ଏୟାରଲାଇନ୍ସର କାର୍ଯ୍ୟ ସମ୍ବନ୍ଧରେ ହସ୍ତକ୍ଷେପ କରିନଥାନ୍ତି। ଗୁରୁବାର ଲୋକସଭାରେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଓ ମଂଜୁଲତା ମଣ୍ଡଳଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭିକେ ସିଂହ (ଅବସରପ୍ରାପ୍ତ)।

ଦୁଇ ସାଂସଦଙ୍କ ପ୍ରଶ୍ନ ଥିଲା, ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆବୁଧାବୀ, ଦୁବାଇ, ସିଙ୍ଗାପୁର ଏବଂ ଅନ୍ୟ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କୁ ସିଧାସଳଖ ବିମାନ ଚଳାଇବା ପାଇଁ ସରକାର ବିଚାର କରୁଛନ୍ତି କି?

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଥିଲେ, ଭୁବନେଶ୍ବର ପ୍ରଥମରୁ ୧୭ଟି ଗନ୍ତବ୍ୟ ତାଲିକା ସୂଚୀରେ ସାମିଲ ରହିଛି। ଯେଉଁଠାରୁ ଭାରତୀୟ ବିମାନ ୫ଟି ସାର୍କ ଦେଶ (ବାଂଲାଦେଶ, ଭୁଟାନ, ନେପାଳ, ମାଳଦ୍ବୀପ ଓ ଶ୍ରୀଲଙ୍କା) ତଥା ୧୦ ଏସୀୟ ଦେଶ ( ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମିଆଁମାର, କାମ୍ବୋଡ଼ିଆ, ଫିଲିପାଇନ୍ସ ଏବଂ ଲାଓସ)ର ବିମାନ ବନ୍ଦରରେ ସ୍ଲଟ୍‌ ଉପଲବ୍ଧ କରିବା ସର୍ତ୍ତରେ ଅସୀମିତ ଉଡ଼ାଣ କରିପାରିବେ। ଏୟାର ଲାଇନ୍‌ସ ଦ୍ବି ପାକ୍ଷିକ ବୁଝାମଣା ଅନ୍ତର୍ଗତ ସେବା ପ୍ରଦାନ ଏବଂ ସଂଚାଳନ ପାଇଁ କୌଣସି ପ୍ରକାର ମାର୍କେଟ୍‌ ଓ ନେଟୱାର୍କର ଚୟନ କରିପାରିବେ। ଏୟାଲାଇନ୍‌ସ ଯାତାୟାତର ଚାହିଦା ତଥା ବାଣିଜ୍ୟିକ ସାଧନଯୋଗ୍ୟତା ଆଧାରରେ ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ବିମାନ ସେବା ପ୍ରଦାନ କରିଥାଏ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର