ଓମାନ୍‌ ସୁଲ୍‌ତାନ୍‌ଙ୍କ ଦେହାନ୍ତ ଯୋଗୁଁ ସୋମବାର ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ: ଓମାନ୍‌ ସୁଲ୍‌ତାନ୍‌ଙ୍କ ବିୟୋଗ ଯୋଗୁଁ କେନ୍ଦ୍ର ସରକାର ସୋମବାର ଦିନ ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା କଥା ରବିବାର ଦିନ ଗୃହମନ୍ତ୍ରାଳୟ ସୂଚନା ଦେଇଛି।

ଜାନୁଆରି ୧୦ ତାରିଖରେ ୭୯ ବର୍ଷ ବୟସରେ ଓମାନ୍‌ ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ଅଲ୍‌ ସୈଦ୍‌ଙ୍କର ଦେହାନ୍ତ ହୋଇଯାଇଛି।

Image Source: ommcom news

ଦିବଂଗତ ସୁଲ୍‌ତାନଙ୍କ ସମ୍ମାନାର୍ଥେ ଜାନୁଆରି ୧୩ ତାରିଖ ଦିନ ସମଗ୍ର ଭାରତରେ ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଭାରତ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଗୃହମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି: ଶୋକ ପାଳନ ଦିବସରେ ସମଗ୍ର ଭାରତରେ ଜାତୀୟ ପତାକା ଅର୍ଦ୍ଧଉନ୍ମିଳିତ ହୋଇ ରହିବ।
ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗୃହ ମନ୍ତ୍ରାଳୟ ବାର୍ତ୍ତା ପଠାଇଛି।

ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ସୈଦ୍‌ଙ୍କୁ ମଧ୍ୟପ୍ରାଚ୍ୟ ଅଞ୍ଚଳର ଶାନ୍ତିର ଆଲୋକବର୍ତ୍ତିକା ଭାବେ ବର୍ଣ୍ଣନା କରି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର