ନ୍ୟାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ପ୍ରଦର୍ଶିିତ ହେବ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କାହାଣୀ

ନୂଆଦିଲ୍ଲୀ : ଅତିଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କାହାଣୀ ପ୍ରଦର୍ଶିିତ ହେବ। ୪୫ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଦିଲ୍ଲୀ ଏମ୍ସ ପରିସରରେ ସୁଟିଂ ଶେଷ ହୋଇଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପୂର୍ବରୁ ଯୋଡାମୁଣ୍ଡ ଶିଶୁଙ୍କ ଅବସ୍ଥାଠୁ ନେଇ ଜଗା-ବଳିଆଙ୍କୁ କିଭଳି ଅଲଗା କରାଗଲା ଏବଂ ସେମାନେ ଏବେ କିପରି ଅଛନ୍ତି ସେ ନେଇ ସମସ୍ତ ତଥ୍ୟ ଏହି ଚଳଚ୍ଚିତ୍ରରେ ଉପସ୍ଥାପିତ ହେବ। ଜଗା-ବଳିଆଙ୍କ ଯୋଡା ମୁଣ୍ଡ ଅଲଗା କରିବା ଭାରତୀୟ ଚିକିତ୍ସା ବିଜ୍ଞାନର ସବୁଠାରୁ ବଡ ଉପଲବଧି କୁହାଯାଉଥିବା ବେଳେ ଏହାକୁ ଦେଶ ବିଦେଶର ପ୍ରମୁଖ ଗବେଷଣାମୂଳକ ପତ୍ର ପତ୍ରିକାରେ ମଧ୍ୟ ସାମିଲ କରାଯାଇଛି। ଏଭଳି ଏକ ବିରଳ ଅସ୍ତ୍ରୋପଚାରକୁ ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ କରିବା ପାଇଁ ମଧ୍ୟ ଏମ୍ସ କର୍ତ୍ତୃପକ୍ଷ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର