ମହାନଦୀ ବିବାଦ: ସୋମବାର ବିଜେଡି ଆଣିବ ମୁଲତବୀ ପ୍ରସ୍ତାବ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିିଜୁ ଜନତା ଦଳ ସୋମବାର ରାଜ୍ୟସଭାରେ ମୁଲତବୀ ପ୍ରସ୍ତାବ ଆଣିବ ବୋଲି ଜଣାପଡ଼ିଛି। ଏହିି ପ୍ରସଙ୍ଗରେ ବିଜେଡି ସମଭାବାପନ୍ନ ଦଳମାନଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ଏ ପରିପ୍ରେକ୍ଷୀର ଦଳ ପକ୍ଷରୁ ତୃଣମୂଳ କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ପରି ଦଳମାନଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଏ ପ୍ରସଙ୍ଗରେ ସଂସଦରେ ସେମାନଙ୍କର ସମର୍ଥନ ଲୋଡ଼ାଯାଇଛି। ତେବେ ଏହି ଦୁଇ ଦଳ ବିଜେଡିିକୁ ସମର୍ଥନ କରିବେ କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

ଉଲ୍ଲେଖ ଥାଉ କି, ସଂସଦର ଏହି ଶୀତକାଳୀନ ଅଧିବେଶନରେ ମହାନଦୀ ଜଳବିବାଦ ପ୍ରସଙ୍ଗକୁ ବିଜେଡି ଜୋରସୋରରେ ଉପସ୍ଥାପନ କରିବା ପାଇଁ ଯୋଜନା କରୁଥିବା ବେଳେ ଅଣ ଏନ୍‌ଡିଏ ଓ ଅଣ ୟୁପିଏ ଦଳ ମାନଙ୍କର ସମର୍ଥନ ପାଇଁ ଉଦ୍ୟମ ଜାରି ରଖିିଥିବା ସୂତ୍ରରୁ ଜଣାପଡ଼ିଛି। ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ବିରୋଧ କରାଯିବା ସହ ସଂସଦର ଶୀତ ଅଧିବେଶନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର