ମାନିଲେ ପୋପ୍ ଫ୍ରାନ୍ସିସ୍‌: ନନ୍, ପାଦ୍ରୀମାନେ ବି ଅନଲାଇନ ପର୍ଣ୍ଣ ଦେଖନ୍ତି

ଭାଟିକାନ ସିଟି: ସୋମବାର ରୋମରେ ଏକ ବିରାଟ ସମାବେଶରେ ଉଦ୍‌ବୋଧନ ଦେବାବେଳେ କ୍ୟାଥଲିକ ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ସ୍ବୀକାର କରିଛନ୍ତି ଯେ ଧର୍ମ ପାଇଁ ଜୀବନ ଉତ୍ସର୍ଗ କରୁଥିବା ଖ୍ରୀଷ୍ଟିଆନ ପାଦ୍ରୀ ଓ ନନ୍‌ମାନେ ବି ଅନଲାଇନ ଅଶ୍ଳୀଳ ଚଳଚ୍ଚିତ୍ର (ପର୍ଣ୍ଣ ଫିଲ୍ମ) ଦେଖନ୍ତି। କିନ୍ତୁ ଏହା ଆତ୍ମାକୁ ଦୁର୍ବଳ କରିଦିଏ ବୋଲି ସେ କହିଛନ୍ତି। ପୋପ୍‌ଙ୍କ ଏହି ଭାଷଣର ଲିଖିତ ରୂପ ବୁଧବାର ପ୍ରକାଶ ପାଇଛି।

ପୋପ୍ କହିଛନ୍ତି, ଏହା ଏକ ବଡ଼ ପାପ ଯାହା ସାଧାରଣ ମହିଳା ଓ ପୁରୁଷଙ୍କ କଥା ଛାଡ଼, ପାଦ୍ରୀ ଓ ନନ୍‌ମାନେ ବି କରୁଛନ୍ତି। ତା’ ଭିତରଦେଇ ସେମାନଙ୍କ ଭିତରେ ଶଇତାନ (ଡେଭିଲ) ପ୍ରବେଶ କରୁଛି। ପୋପ୍ କହିଲେ ଯେ, ବର୍ତ୍ତମାନ ମୋବାଇଲ, କମ୍ପ୍ୟୁଟର ଓ ସୋସିଆଲ ମିଡ଼ିଆର ଯୁଗ। କିନ୍ତୁ ଆମେ ଏହି ଡିଜିଟାଲ ଟୁଲଗୁଡ଼ିକୁ ଭଲ କାମରେ ଲଗାଇବା ଉଚିତ। ନିଜ ନିଜ ଫୋନ୍‌ରେ ଥିବା ଏପରି ଫଟୋ ଓ ଭିଡ଼ିଓଗୁଡ଼ିକୁ ଡିଲିଟ କରିଦିଅନ୍ତୁ। ପର୍ଣ୍ଣୋଗ୍ରାଫି ଆତ୍ମାକୁ ଦୁର୍ବଳ କରିଦିଏ ବୋଲି ପୋପ୍ ତାଙ୍କ ଭାଷଣରେ କହିଥିଲେ।

ସମ୍ବନ୍ଧିତ ଖବର