ଗଲୱାନ ସଂଘର୍ଷ: ନିଜ କଥାକୁ କାର୍ଯ୍ୟରେ ପରିଣତ କରିବା ପ୍ରତି ପ୍ରଧାନମନ୍ତ୍ରୀ ସଚେତନ ରହିବା ଉଚିତ: ମନମୋହନ ସିଂହ

ନୂଆଦିଲ୍ଲୀ: ସୀମାନ୍ତ ବ୍ୟାପାରରେ ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ, ଦେଶର ନିରାପତ୍ତା ନିମନ୍ତେ ନିଜ କଥା ଓ‌ ଘୋଷଣାକୁ କାର୍ଯ୍ୟରେ ପରିଣତ କରିବା ପ୍ରତି ପ୍ରଧାନମନ୍ତ୍ରୀ ସଚେତନ ହେବା ଉଚିତ।

ଜୁନ୍ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ସଂଘର୍ଷ ଯୋଗୁଁ ସହିଦ ହୋଇଥିବା କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ସମେତ ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ପ୍ରତି ମଧ୍ୟ ଡକ୍ଟର୍ ମନମୋହନ ସିଂହ ନ୍ୟାୟ ଦାବି କରିଛନ୍ତି। ଏହାଛଡ଼ା, ଆମ ଦେଶର ଅଖଣ୍ଡତା ବଜାୟ ରଖିବାକୁ ପଡ଼ୋଶୀ ଦେଶ ସହ ମୁକାବିଲା କରିବା ବ‌େଳେ କୌଣସି ଧମକ ଆଦିକୁ ଡରି ସରକାର ସାଲିସ କରିବା ଅନୁଚିତ ବୋଲି ସେ କହିଛନ୍ତି।

Image Courtesy of Hindustan Times

ଏକ ବିବୃତିରେ ଡକ୍ଟର ସିଂହ କହିଛନ୍ତି, ଏ ସମୟରେ ଆମେ ଐତିହାସିକ ଦ୍ବନ୍ଦ୍ବରେ ଠିଆ ହୋଇଛନ୍ତି। ଆମ ସରକାରଙ୍କ ନିଷ୍ପତ୍ତି ଏବଂ କାର୍ଯ୍ୟ ଆମ ଭବିଷ୍ୟତର ପୀଢ଼ିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଫଳାଫଳ ଧାରଣ କରୁଛି। ଯେଉଁମାନେ ଆମର ନେତୃତ୍ବ ନେଉଛନ୍ତି, ସେମାନେ ଏକ ଗମ୍ଭୀର କର୍ତ୍ତବ୍ୟ ବହନ କରୁଛନ୍ତି। ଆମ ଗଣତନ୍ତ୍ରରେ ସେ ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ନ୍ୟସ୍ତ ହୋଇଥାଏ। ଆମ ଦେଶର ସୁରକ୍ଷା ଏବଂ ରଣନୀତି ଏବଂ ସୀମାରୈଖୀୟ ସ୍ବାର୍ଥ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ କଥା ଓ ଘୋଷଣା ଯେମିତି କାର୍ଯ୍ୟରେ ପରିଣତ ହୁଏ, ସେଥି ପ୍ରତି ସେ ସଚେତନ ରହିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ‌ଯେ, ଚୀନ୍ ଏପ୍ରିଲ୍ ୨୦୨୦ ଠାରୁ ଆଜି ଯାଏଁ ଏକାଧିକ ଥର ଅନୁପ୍ରବେଶ କରି ନିର୍ଲଜ ଓ ବେଆଇନ ଭାବେ ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ୍ ସୋ ‌ହ୍ରଦ ଭଳି ଭାରତୀୟ ଅଞ୍ଚଳକୁ ନିଜ ଅଞ୍ଚଳ ବୋଲି ଦାବି କରି ଆସୁଛି। ଆମେ ଏଥିରେ କୌଣସି ପ୍ରକାର ଧମକଚମକକୁ ଡରି ସାଲିସ କରିବା ଅନୁଚିତ।

 

ସମ୍ବନ୍ଧିତ ଖବର