ଏହି କାରଣରୁ ନାତି-ନାତୁଣୀମାନେ ସେମାନଙ୍କ ଜେଜେ-ଜେଜେମାଆଙ୍କ ସହ ବି ସମୟ କାଟିବା ଉଚିତ, ଭିଡିଓ ଭାଇରାଲ୍‌

ବେଙ୍ଗାଲୁର: ପୂର୍ବରୁ ସୋସିଆଲ୍‌ ମିଡିଆରେ ଅନେକ ମଜାଦାର୍‌ ଭିଡିଓ ସବୁ ଦେଖିବାକୁ ମିଳିଛି। ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓଟି ଦର୍ଶକଙ୍କ ମନ ମୋହିଛି। ଭିଡିଓରେ ଜଣେ ଜେଜେମାଆ ନିଜ ନାତୁଣୀକୁ ଗୋଡ଼ି ଖେଳ ଶିଖାଉଥିବାର ଦେଖିବାକୁ ମିଳିଛି।

ଭିଡିଓଟିକୁ ରାଜ୍‌ ନାମକ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ସେ ଭିଡିଓଟିକୁ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରଠାରୁ ଏବେ ସୁଦ୍ଧା ୩ ଲକ୍ଷରୁ ଊର୍ଧ୍ବ ଲୋକ ତାହାକୁ ଦେଖି ସାରିଲେଣି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଗୋଡ଼ିରେ ଖେଳି ତାଙ୍କ କୁନି ନାତୁଣୀକୁ ଦେଖାଉଛନ୍ତି। ରାଜ୍‌ ଏହି ଭିଡିଓଟିକୁ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିବା ସହ କ୍ୟାପ୍‌ସନ ଦେଇଛନ୍ତି ‘କାହିଁକି ପିଲାମାନେ ନିଜ ଜେଜେ ଜେଜେମାଆଙ୍କ ସହ ବି ସମୟ ବିତାଉବି ଉଚିତ’।

ଭିଡିଓଟିକୁ ଏବେ ସୁଦ୍ଧା ୨୧ ହଜାର ଲାଇକ୍‌ ମିଳି ସାରିଥିବା ବେଳେ ଅନେକ ‌ବ୍ୟବହାରକାରୀ ଏହି ଭିଡିଓରେ ଅନେକ କିଛି କମେଣ୍ଟ୍‌ ଦେଇଛନ୍ତି। ଭିଡିଓଟିକୁ ଅନେକ ବ୍ୟବହାରକାରୀ ପସନ୍ଦ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର