ବଢୁଛି ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା, ଆମେରିକାକୁ ନିଜର ସାମରିକ ଘାଟି ବ୍ୟବହାର ପାଇଁ ମନାକଲେ କତର ଓ କୁଏତ୍

ଦୋହା : ଇରାନ ଓ ଇସ୍ରାଏଲରେ ଉତ୍ତେଜନା ବଢ଼ୁଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ଇରାନକୁ ଖୋଲାଖୋଲି ଧମକ ଦେଇସାରିଛି। ଇସ୍ରାଏଲ-ଇରାନ ସଂଘର୍ଷରେ ଆମେରିକାର ସକ୍ରିୟ ଭୂମିକାକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟର ଦୁଇ ବଡ଼ ଦେଶ କତାର ଓ କୁଏତ ଆମେରିକାକୁ ବଡ଼ ଝଟକା ଦେଇଛନ୍ତି।

ଇରାନ୍ ଅବଜର୍ଭର ଏବଂ ଗ୍ଲୋବ୍ ଇଣ୍ଡିଆ ନ୍ୟୁଜ୍ ର ରିପୋର୍ଟ ଅନୁଯାୟୀ, କତାର ଏବଂ କୁଏତ୍ ଆମେରିକାକୁ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ଇରାନ-ଇସ୍ରାଏଲ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୁଏ, ତେବେ ସେମାନେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମେରିକାକୁ ସେମାନଙ୍କ ଦେଶରେ ଥିବା ସେନା ବେସ୍ ବ୍ୟବହାର କରିବାକୁ ଦେବେ ନାହିଁ। ଏହି ବିବାଦ ସମୟରେ ଆମେରିକା ସେମାନଙ୍କ ଆକାଶମାର୍ଗ ବ୍ୟବହାର କରିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଥିଲା।

ସୂଚନାଯୋଗ୍ୟ, କତାର ଓ କୁଏତରେ ଆମେରିକାର ବଡ଼ ବଡ଼ ସାମରିକ ଘାଟି ରହିଛି। ଆମେରିକା ମଧ୍ୟ ଦୀର୍ଘ ଦିନ ଧରି ଏହି ଦେଶଗୁଡ଼ିକୁ ସୁରକ୍ଷା ଯୋଗାଇ ଆସୁଛି। ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏହି ଦୁଇ ଦେଶ ନିଜର ନିକଟତମ ପଡ଼ୋଶୀ ଇରାନ ସହ ଗଣ୍ଡଗୋଳ କରିବାକୁ ଚାହୁଁନାହାନ୍ତି। 

ସମ୍ବନ୍ଧିତ ଖବର