କୌଣସି ଦଳରେ ଯୋଗ ଦେବେନି ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ଆରଏସ୍‌ପି (ରାଷ୍ଟ୍ରୀୟ ସମାଜ ପକ୍ଷ)ରେ ଯୋଗ ଦେବେ ବୋଲି ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଦାବି କରିଥିବା ବେଳେ ସଂଜୟ ଆଜି ଏହି ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେ କୌଣସି ରାଜନୈତିକ ଦଳରେ ଯୋଗ ଦେଉନାହାନ୍ତି କି ସେଭଳି ଯୋଜନା ନାହିଁ । ଗତକାଲି ମହାରାଷ୍ଟ୍ରର ମନ୍ତ୍ରୀ ମହାଦେବ ଜନକର କହିଥିଲେ, ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସଂଜୟ ଦତ୍ତ ଆରଏସ୍‌ପିରେ ଯୋଗ ଦେବେ। କିନ୍ତୁ ଦତ୍ତ ଆଜି ଜନକରଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ସେ କୌଣସି ରାଜ‌ନୈତିକ ଦଳରେ ଯୋଗ ଦେବେନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର